ବିଧାୟକଙ୍କ ଦ୍ବାରା ବନବିଭାଗ କାର୍ଯ୍ୟାଳୟ କୋଠା ଉଦଘାଟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବୁଧବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ଜଣାପଡିଛି । ବିଧାୟକ  ଭୀଷ୍ମଗିରି ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦ୍ବାରା ବିରାଟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା । ପ୍ରଥମେ କଲେଜ ଛକରେ ସ୍ଥାପିତ ସୋଲାର ଲାଇଟ୍ କୁ ଉଦଘାଟନ କରିଥିଲେ । ଏହାପରେ ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନର  ବନପାଳଙ୍କ ନୂତନ କାର୍ଯ୍ୟାଳୟ ଓ କ୍ୱାର୍ଟର କୁ ଉଦଘାଟନ କରିଥିଲେ। ଗଜପତି ଜିଲା ମୋହନା  ବିଧାୟକ ଦାଶରଥି ଗମାଙ୍ଗ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ। ପାତ୍ର ଉଭୟ ବିଧାୟକ ଚାରା  ରୋପଣ କରିଥିଲେ । ବନଖଣ୍ଡ ଅଧିକାରୀ କେ . ନାଗରାଜୁ , ସହବନ ସଂରକ୍ଷକ ଅରୁଣ କୁମାର ସାହୁ , ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁଡ଼ , ବନପାଳ ଦେବାଶିଷ ଶତପଥୀ , ଚନ୍ଦ୍ରଗିରି ଜିଲା ପରିଷଦ ସଦସ୍ୟ ସୁନୀଲ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ଳକ ଅନ୍ତର୍ଗତ ଏସ. ଟିକରପଡା ପଞ୍ଚାୟତ ର ପୋଡାଖାଲ ଗ୍ରାମ ଏବଂ ଚାକୁଣ୍ଡାପଲ୍ଲୀ ଗ୍ରାମରେ ବନ ସୁରକ୍ଷା ସମିତିର ନୂତନ କାର୍ଯ୍ୟାଳୟ କୁ ବିଧାୟକ ଉଦଘାଟନ କରିଥିଲେ । ସେହିପରି କରପଡା ପଞ୍ଚାୟତର ଦେଓଖାଳି ଗ୍ରାମରେ ସୋଲାର ଲାଇଟ୍ କୁ ବିଧାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ବିଧାୟକଙ୍କ ଏହି ଗସ୍ତ ସମୟରେ ପୂର୍ବତନ ସରପଞ୍ଚ ପିତାମ୍ବର ଗୈାଡ , ଭାଜପା ଭୀଷ୍ମଗିରି ମଣ୍ଡଳ ସମ୍ପାଦକ କେ. ନରସିଂହ ପାତ୍ର , ଉପସଭାପତି ଟୁକୁନା ସାହୁ , ପୂର୍ବତନ ମଣ୍ଡଳ ସଭାପତି ସୁଦାମ ବେହେରା , ଓବିସି ମୋର୍ଚ୍ଚା ସଭାପତି ତ୍ରିନାଥ ଗୈାଡ , ଟିକରପଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟ ଶୈଳ ବେହେରା , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା , କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ