ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ସ୍ଥାନୀୟ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କ ପୋରୌହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି ଯୋଗ ଦେଇ ବନ ମହୋତ୍ସବର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ସୁନ୍ଦର ପୃଥିବୀ, ସୁସ୍ଥ ପରିବେଶ, ନିରାମୟ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ଗୋଟିଏ ଲେଖାଁଏ ଗଛ ଲଗାଇ ତାହାର ଯତ୍ନ ନେବା ଆବଶ୍ୟକ। ପରିବେଶରେ ଦିନକୁ ଦିନ ଯେପରି ଜଳବାୟୁର ପରିବର୍ତନ ଘଟୁଛି ସେଥିପାଇଁ ବୃକ୍ଷର ବହୁଳ ଭାବରେ ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନସିସି ଅଧିକାରୀ ତଥା ଇକୋ କ୍ଲବ ଇନ ଚାର୍ଯ୍ୟ ଶିକ୍ଷକ ମାନସ କୁମାର ବେହେରା, ବିଦ୍ୟାଳୟର ଶକ୍ତି କ୍ଳବ ଇନଚାର୍ଯ୍ୟ ଶିକ୍ଷୟିତ୍ରୀ ସମୀକ୍ଷା ଗିରି,ଶିକ୍ଷକ ପୁରୁଷୋତମ ତ୍ରିପାଠୀ, ସନ୍ତୋଷ କୁମାର ପରିଡା, ପ୍ରଳୟ ରଂଜନ ବେହେରା, ସ୍ୱାତି ସ୍ୱାଇଁ, ସଙ୍ଗୀତା ସ୍ୱାଇଁ, ବେବିନା ସେଠୀ, ମିଲି ପ୍ରଧାନ, ପୁଷ୍ପାଂଜଳୀ ସ୍ୱାଇଁ ଆଦି ଉପସ୍ଥିତ ଥିଲେ। ସେହିପରି ପ୍ରଥମେ ଏନ୍‌ସିସି କ୍ୟାଡର ପିଲାମାନଙ୍କୁ ନେଇ ସଚେତନତା ରାଲି କରାଯାଇଥିଲା। ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ