ପଂଚାୟତ ପ୍ରତିନିଧିଙ୍କ ସମ୍ମିଳନୀ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରେ ଥିବା କାଦମ୍ବିନୀ ମଣ୍ଡପ ପରିସରରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସରକାର ବଦଳିବା ପରେ ଉକ୍ତ ବ୍ଳକରେ ବ୍ଳକ ପ୍ରଶାସନ ଓ ବିଧାୟକ ପଂଚାୟତ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି। ଏପରିକି ସରକାରଙ୍କର ହେଉଥିବା ଲୋକାଭିମୁଖୀ କାର୍ଯ୍ୟରେ ପଂଚାୟତ ପ୍ରତିନିଧିଙ୍କୁ ଅନ୍ତର୍ଭୂକ୍ତ କରାଯାଉନାହିଁ। ଏହି ସରକାର ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବା ବେଳେ ଏଠାରେ କିନ୍ତୁ ଜନ ପ୍ରତିନିଧିଙ୍କୁ ଅବହେଳିତ କରାଯାଉଛି। ଦୀର୍ଘ ୧୩ ମାସ ହେବ ଏହି ବ୍ଳକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ପାରୁନାହିଁ। ଯେଉଁ ସବୁ କାର୍ଯ୍ୟ କରାଯାଇଥିଲା ତାହାର ବିଲ୍ ମଧ୍ୟ ପ୍ରଦାନ କରାଯାଉନାହିଁ। ପୂର୍ବରୁ ଯେତେବେଳେ ସରକାରଙ୍କର କୌଣସି ଲୋକାଭିମୁଖୀ କାର୍ଯ୍ୟକ୍ରମ ପଂଚାୟତ ପ୍ରତିନିଧିଙ୍କ ଦ୍ୱାରା କରାଯାଉଥିଲା ବର୍ତମାନର ବିଧାୟକ ପଂଚାୟତ ପ୍ରତିନିଧିଙ୍କୁ ଛାଡି ନିର୍ଦ୍ଦିଷ୍ଟ ଦଳର କିଛି ପିଲାଙ୍କୁ ନେଇ କାର୍ଯ୍ୟକ୍ରମ କରୁଛନ୍ତି। ସ୍ଥାନୀୟ ବିଧାୟକ ବ୍ଳକ ପ୍ରଶାସନ ଉପରେ ଅଯଥା ହସ୍ତକ୍ଷେପ କରିବା ଦ୍ୱାରା କୌଣସି ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ। ବ୍ଳକରେ କୋଟି କୋଟି ଟଙ୍କା ପଡି ରହିଥିବା ବେଳେ ତାହା ଖର୍ଚ୍ଚ ହୋଇପାରୁନାହିଁ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଜାଣି ଶୁଣି ଅଣଦେଖା କରାଯାଇଛି। ତେଣୁ ଆମେ ଜନପ୍ରତିନିଧିମାନେ ଏହି ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଧାୟକ ଅମରେନ୍ଦ୍ର ଦାସଙ୍କୁ ଆହ୍ୱାନ ଦେଉଛୁ ସେ ଖୋଲା ମଂଚରେ ଆମ ସହ ଆଲୋଚନା କରନ୍ତୁ। ଏହି ସମ୍ମିଳନୀରେ ନୂଆଗାଁ ସରପଂଚ ଦୋଳଗୋବିନ୍ଦ ରାଉଳ, ଡାବର ସଭ୍ୟ ସୁବଳ ବେହେରା, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା, ଘୋଡାଂଶ ସରପଂଚ ନିହାର ରଂକନ ବସ୍ତିଆ, ସଭ୍ୟ ତରୁଣକାନ୍ତ ବାରିକ, ଗଳଧାରୀ ସରପଂଚ ଦିଲ୍ଲିପ ନାୟକ, ବଛାଳୋ ସରପଂଚ ପ୍ରିୟଦର୍ଶିନୀ ଲେଙ୍କା, ଓଷକଣା ସରପଂଚ ନାରାୟଣ ସ୍ୱାଇଁ, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା, ସମାଜସେବୀ ଅନିଲ କୁମାର ଲେଙ୍କା, ପଦ୍ମଚରଣ ରାଉତ, ଅଶାନ୍ତ ବେହେରା, ଶିବ ମହାରଣା, ବୈକୁଣ୍ଠ ନାୟକ, ଗୌରାଙ୍ଗ ସ୍ୱାଇଁ, ପ୍ରକାଶ ସ୍ୱାଇଁ ଆଦି ଉପସ୍ଥିତ ଥିଲେ। ଏପ୍ରସଙ୍ଗରେ ବିଡିଓ ନିରଞ୍ଜନ ପରିଡାଙ୍କୁ ପଚାରିବାରେ ମୁଁ ନୂତନ ଭାବେ ଗତ ୭ ତାରିଖରେ ବ୍ଲକରେ ଯୋଗ ଦେଇଛି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ବଂଟନ କାର୍ଯ୍ୟାଦେଶ କାର୍ଯ୍ୟକ୍ରମରେ ସମସ୍ତ ପଂଚାୟତ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା। ସେମାନେ କ’ଣ ପାଇଁ ଆସି ନାହାନ୍ତି ସେ ବିଷୟରେ ମୁଁ ଜାଣି ନାହିଁ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ