ଅଣା ମଠ ଠାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ
ହାଟଡିହି (ଓ୍ବାଇଏନଏସ): ଅଣା ମଠ ଠାରେ ବିଶ୍ଵ ହିନ୍ଦୁ ପରିଷଦ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଶ୍ଵ ହିନ୍ଦୁ ପରିଷଦ, ଆନନ୍ଦପୁର ଜିଲ୍ଲାର ହାଟଡିହି ପ୍ରଖଣ୍ଡରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଅବସରରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସୁନ୍ଦର, ଭବ୍ୟ, ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ କି ଭଗବାନ କୃଷ୍ଣଙ୍କର ଉଦ୍ୟେଶରେ ପୂଜାର୍ଚ୍ଚନା ଓ ଯଜ୍ଞ ସହିତ ଏକ ସଭା ଆୟୋଜନ କରାଯାଇଥିଲା । ଯେଉଁଥିରେ ଶତାଧିକ ହିନ୍ଦୁ ସନାତନ ଧର୍ମୀ ଯୋଗଦାନ କରିଥିଲେ । ଏହି ସଭା ରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଥମ ସଭାପତି ଥିବା ଜୟନାରାୟଣ ଜଗଦେବ ମହାପାତ୍ର ସଭାପତିତ୍ବ କରିଥିଲେ । ବିଶ୍ଵ ହିନ୍ଦୁ ପରିଷଦର ଆନନ୍ଦପୁର ଜିଲା ସମ୍ପାଦକ ବିଶ୍ଵଜିତ ଦାଶ ପୂଜା ଏବଂ ସଭା ପରିଚାଳନା କରିଥିଲେ । ଦର୍ଶନ ବିଦ୍ୟାର୍ଥୀ ପୁରୀ କବିନ୍ଦ୍ର ବାବା ପ୍ରବଚନ ପ୍ରଦାନ କରିଥିଲେ । ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ଦିବ୍ୟଜ୍ୟୋତି ମୁଦୁଲି ବ୍ୟବସ୍ତା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓଡିଶା ପୂର୍ବ ପ୍ରାନ୍ତର ମିଳନ କେନ୍ଦ୍ର ପ୍ରମୁଖ ତଥା କେନ୍ଦୁଝର ବିଭାଗ ସଂଗଠନ ମନ୍ତ୍ରୀ ମାନନୀୟ ବିପିନି ପଣ୍ଡା ,ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ଧର୍ମ ପ୍ରସାର ସହ ସଂଯୋଜକ ଅକ୍ଷୟ କୁମାର ସାହୁ, ତୃପ୍ତି ରଞ୍ଜନ ସାହୁ, ଘସିପୁରା ପ୍ରଖଣ୍ଡ ସହ ସଂଯୋଜକ ନିରଞ୍ଜନ ସା, ଅଭିଷେକ ଖୁଣ୍ଟିଆ, ଶରତ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ ।