ମା ଥାନାପତି ୟୁଥ କ୍ଲବ ପକ୍ଷରୁ ଗଜାନନଙ୍କ ପୂଜା
ନାଉଗାଁ (ପ୍ରଦୋଷ ମହାନ୍ତି): ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଅଛି । ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଗ୍ରାମର କ୍ଲବ ପକ୍ଷରୁ ମଧ୍ୟ ଗଣେଶ ପୂଜା ଆୟୋଜିତ ହୋଇଛି । ଏହି ଅବସରରେ ବେଣାପଡା ଗ୍ରାମର ମା’ଥାନାପତି କ୍ଲବ ପକ୍ଷରୁ ୧୫ ବର୍ଷ ପୂର୍ତ୍ତି ଅବସରରେ ଗଣେଶ ପୂଜା ଆୟୋଜିତ ହୋଉଅଛି । ପୂଜା ପୂର୍ବରୁ କ୍ଲବର ସଦସ୍ୟମାନଙ୍କ ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଥିଲା । ପରେ ରୀତିନୀତି, ବିଧିବିଧାନ ଅନୁଯାୟୀ ସନ୍ଧ୍ୟାରେ ପୂଜାପାଠ କରାଯାଇଥିଲା। ଏହି ପୂଜା ଆଠଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନ ମାନଙ୍କରେ ଗ୍ରାମ ରାସ୍ତା ସଫେଇ , ଗ୍ରାମ ପୋଖରୀ ସଫେଇ , ବୃକ୍ଷ ରୋପଣ ଆଦି ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟକ୍ରମ କରାଯିବ ଏବଂ ପ୍ରତ୍ୟେକ ସନ୍ଦ୍ୟା ରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ କରାଯିବ ବୋଲି କ୍ଲବ ର ସଭାପତି ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି | ଏଥିରେ କ୍ଲବର ସଦସ୍ୟ ବଦ୍ରୀନାଥ ନାୟକ , ଅଂଶୁମାନ ନାୟକ ଭ୍ରମର ଓଝା, ସମ୍ବିତ ମଲ୍ଲିକ, ସୌମେନ୍ଦ୍ର ବାରିକ, ସନ୍ଦୀପ ଓଝା ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି | ଆସନ୍ତା ଶନିବାର ଦିନ ନିରାଡ଼ମ୍ବର ସହକାରେ ଭସାଣି କାର୍ଯ୍ୟକ୍ରମ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦେଇଛନ୍ତି |


