ପ୍ରବଳ ଶୀତ ଓ ଜାଡରେ ଥରୁଛି ଗଜପତି ଜିଲ୍ଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପ୍ରବଳ ଅସହ୍ୟ ଶୀତ ଓ ଜାଡରେ ସମଗ୍ର ଗଜପତି ଜିଲ୍ଲା ଥରି ଉଠୁଛି. ଏହି ଜିଲ୍ଲାର ମୋହନା, ରା. ଉଦୟଗିରି, ନୂଆଗଡ, ଗୁମ୍ମା ଆଦି ଚାରିଗୋଟି ବ୍ଲକ ଅଞ୍ଚଳରେ ଅତି ପ୍ରବଳ ଶୀତର ପ୍ରକୋପ ଜାରି ରହିଛି l ଦିନକୁ ଦିନ ପାରଦ ତଳକୁ ଖସୁଥିବା ବେଳେ ଅଞ୍ଚଳରେ ଶୀତ ବେଶ ବଢ଼ିବାରେ ଲାଗିଛି l ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି l ଦିନ ୮/୯ ଟା ଯାଏଁ ଶୀତ ସହ ଘନ କୁହୁଡି ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଥିବା ବେଳେ ଶିତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି. ଆଉ କିଏ ଶୀତୁଆ ସକାଳରେ ଗରମ ଗରମ ଚାହାର ମଜା ନେଉଛନ୍ତି l ଲୋକେ ମନିଙ୍ଗ ୱାକ୍ ସାରି ଚାହା ଦୋକାନରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି l


