କଲେଜ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ପ୍ରକୋଷ୍ଠ ବୈଠକ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତକରଣ ପ୍ରକୋଷ୍ଠର ପ୍ରଥମ ତ୍ରୈମାସିକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକର ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଆଇ.କ୍ୟୁ.ଏ.ସି.ର ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହିତ ମହାବିଦ୍ୟାଳୟର ଶିକ୍ଷାଗତ, ପ୍ରଶାସନିକ ଓ ସାମଗ୍ରିକ ଗୁଣବତ୍ତା ବିକାଶ ନିମନ୍ତେ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇ.କ୍ୟୁ.ଏ.ସି.ର ସଂଯୋଜିକା ଡ. ଦୀପ୍ତି ରାୟ ପୂର୍ବ ବୈଠକର କାର୍ଯ୍ୟ ବିବରଣୀ ଓ ୨୦୨୫-୨୬ ଶିକ୍ଷାବର୍ଷର ଗୃହିତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ। ବୈଠକରେ ପରୀକ୍ଷା ପରିଚାଳନା ପ୍ରଣାଳୀ, ସଂସ୍କାର ସମ୍ବନ୍ଧୀୟ କାର୍ଯ୍ୟପନ୍ଥା, ମହାବିଦ୍ୟାଳୟର ୱେବସାଇଟ୍ ଉନ୍ନତିକରଣ, ଲାଇବ୍ରେରୀ ଅଟୋମେସନ ପ୍ରକ୍ରିୟା, ନାକ୍ ଏବଂ ସ୍ୱୟଂଶାସିତ ମାନ୍ୟତା, ଭିତ୍ତିଭୂମିର ଉନ୍ନତିକରଣ ଓ ମରାମତି ତଥା କ୍ୟାମ୍ପସର ସୁରକ୍ଷା ଓ ନିରାପତ୍ତା ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଆଇ.କ୍ୟୁ.ଏ.ସି.ର ମନୋନୀତ ସଦସ୍ୟ ପ୍ରଫେସର ନନ୍ଦକିଶୋର ପରିଡା, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ଡ. ପ୍ରଦୀପ୍ତ କିଶୋର ଦାଶ ଓ ଡ. ପ୍ରମୋଦ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ମୂଲ୍ୟବାନ ପରାମର୍ଶ ଦେଇଥିଲେ। ବୈଠକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ଶରତ ଚନ୍ଦ୍ର ପାଲିତା ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗଦେଇ ଅନୁଷ୍ଠାର ନାକ୍ ମାନ୍ୟତା ହାସଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ପରାମର୍ଶ ଦେଇଥିଲେ। ବୈଠକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏକ କାର୍ଯ୍ୟ ଯୋଜନା ଉପସ୍ଥାପନା କରାଯାଇଥିଲା। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ପୂର୍ଣ୍ଣମାସୀ ପଣ୍ଡା, ଡ. ଆନନ୍ଦ ଚନ୍ଦ୍ର ନାୟକ, ଡ. ସୁରେଶ ଚନ୍ଦ୍ର ଦାସ, ଡ. ହିମାଂଶୁ ଶେଖର ମହାପାତ୍ର, ରୀନାରାଣୀ ପଢିଆରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଛାତ୍ରୀ ସନ୍ତୋଷୀ ସାମଲ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ। ପରିଶେଷରେ ୟୁ.ଜି.ସି. ସଂଯୋଜକ ଡ. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ