ଗୋପୀନାଥଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ

ହାଟଡିହି (ଓ୍ବାଇଏନଏସ): ଗୋପୀନାଥଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଆମ୍ବୋ ର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ  ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମନାଭ ଖମାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟତିଥି ଭାବେ ଇଞ୍ଚୋଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ଭୂଷଣ ବେହେରା, ମୁଖ୍ୟ ବକ୍ତା ଭାବେ କେ. ବି ଉଚ୍ଚ ବିଦ୍ୟାଳୟ ଶାଳଦେଇର ପ୍ରଧାନଶିକ୍ଷକ ସରୋଜ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ମହାପାତ୍ର, ପୂର୍ବତନ ସିଆରସିସି ଗଦାଧର ଜେନା, ଅବସରପ୍ରାପ୍ତ ଖେଳ ଶିକ୍ଷକ ନଟବର ପଲେଇ, ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଶିବ ପ୍ରସାଦ ଓଝା ପ୍ରମୁଖ ଯୋଗ ଦେଇ ଶୃଙ୍ଖଳା ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି, ତେଣୁ ଛାତ୍ରଛାତ୍ରୀ ମାନେ ଏହି ଦୁଇଟି ଦିଗରେ ଗୁରୁତ୍ୱଦେଲେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ।  ସହକାରୀ ଶିକ୍ଷକ ଲମ୍ବୋଦର ନାୟକ ଓ ଖେଳ ଶିକ୍ଷକ ସୁଶାନ୍ତ କୁମାର ସାମଲ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ l ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରଣତି ସାହୁ, ଝରଣା ନାୟକ, ସ୍ଵର୍ଣ୍ଣପ୍ରଭା ନାୟକ, ସରୋଜିନୀ ବରାଳ ଏବଂ ସହକାରୀ ଶିକ୍ଷକ ସହଦେଵ ପରିଡା, ମହେଶ୍ୱର ସାହୁ  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l କୃତୀ ପ୍ରତିଯୋଗୀ ଯୁବରାଜ ବେହେରା, ସାଇପ୍ରିୟା ଦାସ, ସାଇକ୍ରୀଷ୍ଣା ଚୌହାନ, ଗଙ୍ଗା ଜେନାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ