ଛତ୍ରପୁର ଠାରେ ଇ -ବସକୁ ଭଵ୍ୟସ୍ୱାଗତ ସମ୍ବର୍ଦ୍ଧନା
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ଠାରେ ଇ -ବସ (ଆମ ବସ )କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ରାଜ୍ୟ ସରକାରଙ୍କ ତରଫରୁ ଆଜି ସୁନ୍ଦର ପଦକ୍ଷେପ ନିଆଯାଇଛି l ସଡ଼କ ସୁରକ୍ଷା ସଚେତନତା କୁ ଆହୁରୀ ସୁଦୃଢ କରିବା ସହିତ ସାଧାରଣ ଯାତ୍ରୀମାନଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା କୁ ନୂତନ ୫୦ ଟି ଇ – ବସ ସେବାର ଭିସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି l ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ ସୁରକ୍ଷିତ ଓ ସୁବିଧାଜନକ ଯାତାୟତ ହେବ l ଏହି ଅବସର ରେ ବ୍ରହ୍ମପୁର ସ୍ଥିତ ହଳଦିଆପଦର ବସଷ୍ଟାଣ୍ଡ ଠାରୁ ୨ଟି ଇ – ବସ ( ଆମ ବସ ) ଛତ୍ରପୁର କୁ ଗ୍ରସ୍ତ କରିଥିଲା l ଉକ୍ତ ବସରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବିଏମସି କମିସନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଗଞ୍ଜାମ ଆରଟିଓ ଇଂ ଦେବାଶିଷ ସ୍ୱାଇଁ ଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଯାତ୍ରୀ ଭାବେ ବସିବା ସହିତ ଛତ୍ରପୁର ନୂତନ ବସଷ୍ଟାଣ୍ଡ ଠାରେ ଓଲ୍ହାଇଥିଲେ l ସେଠାରେ ଇ – ବସ ସହ ବିଧାୟକ ଓ ଅଧିକାରୀମାନଙ୍କୁ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା l ଇ – ବସ ସେବା ଯୋଗୁଁ ସହର କୁ ସହର ମଧ୍ୟ ରେ ଯୋଡିବା ଏବଂ ପରିବେଶ ସୁରକ୍ଷା ସହିତ ପ୍ରଦୂଷଣ ମୁକ୍ତ ହେବ ବୋଲି ଛତ୍ରପୁର ବିଧାୟକ ଶ୍ରୀ ନାୟକ କହିଥିଲେ l ଏହାଯୋଗୁଁ ସହର ସଂଯୋଗୀ କରଣ ନିଶ୍ଚିତ ଆଗକୁ ବଢିବ l ଛତ୍ରପୁର ଠାରେ ଚାର୍ଜିଙ୍ଗ ଷ୍ଟେସନ ବସିବ l ଆଗାମୀ ଦିନ ରେ ଛତ୍ରପୁର ବସଷ୍ଟାଣ୍ଡ ଠାରୁ ୨୫ ଟି ଇ -ବସ ଗଡିବ l ଏହା ସହିତ ଆଉ ୨୫ ଟି ଇ- ବସ ହଳଦିଆପଦର ବସଷ୍ଟାଣ୍ଡ ରେ ରହିବ l ଛତ୍ରପୁର, ବ୍ରହ୍ମପୁର, ଗୋପାଳପୁର, ହିଞ୍ଜିଳିକାଟୁ ଏବଂ ଦରକାର ପଡିଲେ ଆସିକା କୁ ମଧ୍ୟ ଇ – ବସ ସେବା ର ବ୍ୟବସ୍ଥା ରହିବ l ବିଭିନ୍ନ ସ୍ଥାନ ରେ ଚାଜିଙ୍ଗ ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଡୁଡା ପିଡି ସୁନୀଲ କୁମାର କେର୍କ ଟା, ଛତ୍ରପୁର ଈଓ ପ୍ରସନ୍ନ କୁମାର ଦାଶ ଙ୍କ ସମେତ ବହୁ ମହିଳା ଏବଂ ଜନସାଧାରଣ ମାନେ ଉପସ୍ଥିତ ଥିଲେ l ଏହି ଇ- ବସ (ଆମ ବସ) ଗୁଡିକୁ କ୍ରୁଟ ଦ୍ୱାରା ପରିଚାଳିତ ହେଉଛି l


