ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଜିଠୁ ମିଳିଲା ଗ୍ରୀନ ଷ୍ଟିକର

ଛତ୍ରପୁର, (ଓ୍ବାଇଏନଏସ): ଆଜିଠୁ ମିଳିଲା ଗ୍ରୀନ ଷ୍ଟିକର l ଏହି ଗ୍ରୀନ ଷ୍ଟିକର ନେବା ପାଇଁ ଛତ୍ରପୁର ସ୍ଥିତ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଲମ୍ବା ଭିଡ଼ ଦେଖିବାକୁ ମିଳିଛି l ଗଞ୍ଜାମ ଆରଟିଓ  କୁ ପ୍ରଥମ ପର୍ଯ୍ୟାୟ ରେ ୫ ହଜାର ଗ୍ରୀନ ଷ୍ଟିକର ଆସିଥିବା ବେଳେ   ଲୋକେ ଲାଇନ ରେ ଛିଡା ହୋଇ ନିଜ ନିଜ ଆବଶ୍ୟକୀୟ କାଗଜପାତ୍ର ଦେଖାଇ ଗ୍ରୀନ ଷ୍ଟିକର ନେଉଛନ୍ତି l ଯେଉଁମାନେ ନେଉଛନ୍ତି ସେମାନେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ତାହାର ଜେରକ୍ସ ମଧ୍ୟପ୍ରଦାନ କରୁଛନ୍ତି | କାର୍ଯାଳୟ ରେ ଏକ ସ୍ୱତନ୍ତ୍ର କକ୍ଷ ଖୋଲାଯାଇଛି, ରେଜିଷ୍ଟର ରେ ସମସ୍ତ ତଥ୍ୟ ଉଲ୍ଲେଖ କରି ଲୋକଙ୍କୁ ଦେଉଛନ୍ତି ଷ୍ଟିକର | କିନ୍ତୁ ଏଯାବତ ପଲୁସନ କେନ୍ଦ୍ର ରେ ମିଳୁନଥିବାରୁ ଲୋକେ ହେଉଛନ୍ତି ହାଇରାଣ ବୋଲି ଅଭିଯୋଗ କରିଛନ୍ତି | ଅନ୍ୟପଟେ ଗତ ୧୦ ତାରିଖ ଠାରୁ ଗ୍ରୀନ ଷ୍ଟିକର ମିଳିବ ବୋଲି କୁହାଯାଇଥିବା ଆଜି ଠୁ ମିଳିଥିବାରୁ ଲୋକ ମାନେ ବହୁତ  ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ୪୦/୫୦ କିଲୋମିଟର ଦୁର ରୁ ଲୋକେ ଆସି ଲାଇନ ରେ ଅପେକ୍ଷା କରିଛନ୍ତି ଷ୍ଟିକର ନିମନ୍ତେ l ସରକାରଙ୍କ ଏହି ନିୟମ କୁ କେତେଜଣ ପସନ୍ଦ କରୁଥିବା ଅଧିକାଂଶ ନା ପସନ୍ଦ କରିଛନ୍ତି l ଆଗାମୀ ଦିନରେ ଏହାର ସୁବ୍ୟବସ୍ଥା କରିବା ନିମନ୍ତେ ସାଧାରଣ ଦାବୀ ହୋଇଛି l ଗତ ୯ ତାରିଖ ପୂର୍ବରୁ ପଲ୍ୟୁସନ କରିଥିବା ଲୋକେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରୁ ନିଜ ନିଜ ଗ୍ରୀନ ଷ୍ଟିକର ନେଉଥିବା ବେଳେ ୯ ତାରିଖ ପରେ ପଲ୍ୟୁସନ କରିଥିବା ଲୋକଙ୍କୁ ପଲ୍ୟୁସନ ସେଣ୍ଟର ରେ ଗ୍ରୀନ ଷ୍ଟିକର ମିଳିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇନଥିବାରୁ ଲୋକେ ସମସ୍ୟା ଭୋଗୁଥିବା କହିଛନ୍ତି l ଆଜି ପ୍ରଥମ ଦିନ ରେ ଗଞ୍ଜାମ ଆରଟିଓ କାର୍ଯ୍ୟାଳୟ ରୁ ୧୩୫ ଟି ଗ୍ରୀନ ଷ୍ଟିକର ଲୋକେ ନେଇଥିବା ବେଳେ ଭଞ୍ଜନଗର ଆରଟିଓ କାର୍ଯ୍ୟାଳୟ ରୁ ୩୫ ଟି ଗ୍ରୀନ ଷ୍ଟିକର ନେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ