ଶାସଙ୍ଗରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତପୋଧାନ ସ୍ୱାଇଁ ଓ କୁମୁଦୁନୀ ସାମଲଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଞ୍ଜୟ ସ୍ୱାଇଁ ଓ ଜୟଶ୍ରୀ ରାଉତ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପଣ୍ଡିତ ପଦ୍ମନାଭ ପଣ୍ଡା, କୃପାସିନ୍ଧୁ ପାଢ଼ୀଙ୍କ ବେଦମନ୍ତ୍ର ଧ୍ୱନିରେ ଶିଳା ପୂଜନ କରାଯାଇ ଶୁଭ କଳସ ସ୍ଥାପନ କରାଯାଇଥିଲା। ଏଥିରେ ସଂଜୀବ ସ୍ୱାଇଁ, ମନ୍ମୟୀ ସ୍ୱାଇଁ, ସୁଜିତ ସ୍ୱାଇଁ, ନିରୁପମା ସ୍ୱାଇଁ, ପଙ୍କଜ ସ୍ୱାଇଁ, ସିପ୍ରା ସ୍ୱାଇଁ ମନୋଜ ସ୍ୱାଇଁ, ମାମୁନ ସ୍ୱାଇଁ, ସରୋଜ ସ୍ୱାଇଁ, ବନଜ ସ୍ୱାଇଁ, ବାରିଜ ସ୍ୱାଇଁ, ଦିବ୍ୟାଂଶ ସ୍ୱାଇଁ, ଘନଶ୍ୟାମ ସାମଲ, ମନମୋହନ ସାମଲ, ରାମଚନ୍ଦ୍ର ବେହେରା, ସୀତାରାଣୀ ବେହେରା, ରଘୁନାଥ ବେହେରା, ସାବିତ୍ରୀ ବେହେରା, ପୂର୍ଣ୍ଣ ଚନ୍ଦ୍ର ଜେନା, ନନ୍ଦକିଶୋର ସ୍ୱାଇଁ, ସୁକାନ୍ତ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ପ୍ରତାପ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ସୁଶାନ୍ତ ବେହେରା, ଖଗେଶ୍ୱର ବାରିକ, ବାବନ ସାହୁ, ଅନାଦି ବିଶ୍ୱାଳ, କାହ୍ନୁ ଚରଣ ପାଢ଼ୀ, ବିମ୍ବାଧର ବିଶ୍ୱାଳ, ଆନନ୍ଦ ଆୟଚଙ୍କ ସମେତ ଶାସଙ୍ଗ ଗ୍ରାମର ଗ୍ରାମବାସୀ ମାନେ ଯୋଗଦେଇଥିଲେ।


