ଲଗାଣ ବର୍ଷା ଭୁଶୁଡି ଗଲା କାନ୍ଥ : ଅଳ୍ପକେ ଵର୍ତ୍ତିଗଲେ ପରିବାର
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ )ଚଳିତ ଲଘୁଚାପରେ ଲାଗି ରହିଥିବା ବର୍ଷାରେ କଚା ଘରଗୁଡ଼ାକ ଭାଙ୍ଗି ଯାଉଥିବାବେ ଅଳ୍ପକେ ବର୍ତ୍ତୀ ଯାଉଛନ୍ତି ପରିବାର ଲୋକ। ଗତ କିଛିଦିନ ହେବ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁରର ବିଭିନ୍ନ ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭାଙ୍ଗି ଯାଉଚିତ ତ କେଉଁଠି ଘରନିକଟରେ ଥିବା ଗଛ ଭାଙ୍ଗି ଘର ଉପରେ ପଡିଯାଉଥିବା ଦେଖିବାକୁ ମିଳିଛି। ଏମିତି ଗତ ରାତ୍ରରେ ପୂଜାରୀଗୁଡା ପଞ୍ଚାୟତର ଡ଼ିମିରିବାଡି ଗ୍ରାମର ଭୀମ ଅଦାଵଂଶ, ଲଲିତା ଅଦାଵଂଶ ଓ ତାଙ୍କ ପରିବାର ଘରେ ସୋଇଥିବା ଅବସ୍ଥାରେ ବର୍ଷାରେ ଓଦା ହୋଇ ଥିବା ଇଟା କାନ୍ଥ ବତୁରି ଯାଇ ଭାଙ୍ଗି ଯାଇ ଭୁଶୁଡି ପଡ଼ିଥିଲା। କାନ୍ଥ ପଡିବା ସମୟରେ ଶବ୍ଦ ହେବାରୁ ସମସ୍ତେ ଗୋଟିଏ କୋଣରେ ଚାପି ହୋଇ ରହିଯାଇ ଥିବାରୁ ଦୁଇ ଝିଅ ଙ୍କ ସହ ପରବାର ଅଳ୍ପକେ ବର୍ତ୍ତିଯାଇଥିଲେ। ଘରେ ଥିବା ଖାଦ୍ୟ ସାମଗ୍ରୀ ଓ ଲୁଗାପଟା ସବୁ ନଷ୍ଟ ହୋଇ ଯାଇଥିଲା। ସରକାରଙ୍କ ପକ୍ଷରୁ କୌଣସି ସହାୟତା କରାଯାଇ ନଥିବାରୁ ପରିବାର ବହୁ ଅସୁବିଧା ରେ ସମୁଖୀନ ହୋଇଥିବା ଗ୍ରାମବାସୀ ପକ୍ଷରୁ ପ୍ରକାଶ କରିଛନ୍ତି।ଏଣୁ ବ୍ଲକ ଓ ରାଜସ୍ୱ ବିଭାଗ ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି।