ୟୁରୋ ସ୍କୁଲରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ସ୍ଥିତ ୟୁରୋ ସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଟିବି, ଏଚ୍‌ଆଇଭି/ଏଡ୍ସ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷିକ ଡାକ୍ତର ସ୍ୱାଧୀନ ରଥ ଯୋଗଦେଇ ଟିବି, ଏଚ୍‌ଆଇଭି/ଏଡ୍ସ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ଲକ୍ଷଣ, ପ୍ରତିରୋଧ ଏବଂ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ରୋଗରୁ କିପରି ସୁରକ୍ଷିତ ରହିହେବ ଓ ସମୟୋପଯୋଗୀ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ। ଏହି ଅବସରରେ ବହୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରି ରୋଗ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ। ପିଲାମାନଙ୍କର ଏଭଳି ଆଗ୍ରହ ଓ ସଚେତନତାକୁ ପ୍ରଶଂସା କରି ଡାକ୍ତର ରଥ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ନବମ ଶ୍ରେଣୀର ଛାତ୍ର ବୈଭବ ଅନୁପ ମିଶ୍ରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଓ ସଚେତନତାମୂଳକ ପ୍ରଶ୍ନୋତ୍ତରରେ ସକ୍ରିୟ ଅଂଶଗ୍ରହଣ ପାଇଁ ତାଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଲ୍ୟାବ୍ ଟେକ୍ନିସିଆନ ପଦ୍ମାନନ୍ଦ ଗନ୍ତାୟତ, ଟିବି ଚାମ୍ପିଅନ ମୁନା ବେହେରା ଏବଂ ସ୍କୁଲର ଏକାଡେମିକ ଡାଇରେକ୍ଟର ପ୍ରମୋଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ