ଚନ୍ଦନ ପୋଖୀରରେ ଭାସୁଛନ୍ତି ଶହ ଶହ ମଲା ମାଛ

କଟକ (ଓ୍ବାଇଏନଏସ): କଟକ ଚୌଧୁରୀ ବଜାର ଅଞ୍ଚଳରେ ଥିବା ଚନ୍ଦନ ପୋଖରୀରେ ସୋମବାର ସକାଳୁ ହଜାର ହଜାର ସଂଖ୍ୟାରେ ମଲା ମାଛ ଭାସୁଥିବାର ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ପୋଖରୀ ନିକଟରେ ଲୋକଙ୍କ ଭିଡ଼ ଜମିବା ସହ ଅସନ୍ତୋଷ ଦେଖାଦେଇଛି। କେହି ବିଷ ଦେଇ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେହିଭଳି ବାରମ୍ବାର ଏହି ପୋଖରୀର କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା କାରଣରୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିମାନେ ଏଠାରେ ନିଶା ସେବନ କରନ୍ତି। ତେଣୁ ସେହି ଅସାମାଜିକ ବ୍ୟକ୍ତିମାନେ ଏହିଭଳି କାର୍ଯ୍ୟ କରିଥାଇପାରନ୍ତି ଓ କଟକ ମହାନଗର ନିଗମ ଓ ପୋଲିସ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ