୬ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଜ୍ୟରେ ଅବକାରୀ ବିଭାଗର କାର୍ଯ୍ୟକଳାପକୁ ଅଧିକ କ୍ରିୟାଶୀଳ, ସ୍ୱଚ୍ଛ ତଥା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆହୂତ ହୋଇଛି। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଭର୍ଚୁଆଲ୍ ବା ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ରାଜ୍ୟର ୬ଟି ପ୍ରମୁଖ ଅବକାରୀ ଜିଲ୍ଲା ଯଥା ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଭଦ୍ରକ, ବ୍ରହ୍ମପୁର ଏବଂ ବାଲେଶ୍ୱରର ଅବକାରୀ ଅଧୀକ୍ଷକ (ସୁପରିନଟେଣ୍ଡେଣ୍ଟ୍ ଅଫ୍ ଏକ୍ସାଇଜ୍‌) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଜିଲ୍ଲା ଅଧୀକ୍ଷକ ନୁହନ୍ତି, ବରଂ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀ (ଫିଲ୍ଡ ଅଫିସର) ମାନେ ମଧ୍ୟ ନିଜ ନିଜ ଜିଲ୍ଲା ଅଧୀକ୍ଷକଙ୍କ ସହିତ ଏହି ବୈଠକରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ଭିସି ବୈଠକ ପାଇଁ ଆବଶ୍ୟକ ଲିଙ୍କ୍ ଖୁବ୍ ଶୀଘ୍ର ସମ୍ପୃକ୍ତ ଅଧିକାରୀମାନଙ୍କ ନିକଟକୁ ପଠାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ବିଶେଷ କରି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବେଆଇନ ମଦ କାରବାର ରୋକିବା, ଚୋରା ଚାଲାଣ ଉପରେ କଡ଼ା ନଜର ରଖିବା, ନିଶା କାରବାର ବିରୋଧରେ ବ୍ୟାପକ ଚଢ଼ାଉ ଜାରି ରଖିବା ଏବଂ ରାଜସ୍ୱ ଆଦାୟ ବୃଦ୍ଧି କରିବା ଭଳି ବିଭିନ୍ନ ବିଷୟ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଏହାସହ ଚଳିତ ଆର୍ôଥକ ବର୍ଷର ଲକ୍ଷ୍ୟ ହାସଲ ତଥା ପଡ଼ିରହିଥିବା ବିଭିନ୍ନ ଅବକାରୀ ମାମଲାର ତ୍ୱରିତ ସମାଧାନ ପାଇଁ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଓ କଡ଼ା ନିର୍ଦ୍ଦେଶ ଦିଆଯିବ। କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତି ଯୋଗୁଁ ଜିଲ୍ଲାର ବାସ୍ତବ ସ୍ଥିତି, ସମସ୍ୟା ଓ ସଫଳତା ସମ୍ପର୍କରେ ସିଧାସଳଖ ତଥ୍ୟ ଆଲୋଚନା ହୋଇପାରିବ ବୋଲି ଆଶା କରାଯାଉଛି। ତେଣୁ ସମସ୍ତ ନିର୍ଦ୍ଦେଶିତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଓ ତଥ୍ୟ ସହ ଠିକ୍ ସମୟରେ ଭିସିରେ ଯୋଡ଼ି ହେବା ପାଇଁ ସତର୍କ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ