ଅନ୍ତେବାସୀଙ୍କ ସୁରକ୍ଷା ସମ୍ପର୍କିତ ତାଲିମ ଶିବିର ଉଦଯାପିତ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଏବଂ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ବିଦ୍ୟାଳୟର ଅନ୍ତେବାସୀଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଧାନ ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ୨୨ ତାରିଖ ଠାରୁ ଆରମ୍ଭ ହୋଇ ୩୦ତାରିଖରେ ଉଦ୍ୟାପିତ ହୋଇଯାଇଛି । ଏଥିରେ ଛାତ୍ରାବାସ ଥିବା ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ୨ଦିନ ତାଲିମ ଗ୍ରହଣ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନଶିକ୍ଷକ ବା ଛାତ୍ରାବାସ ଅଧିକ୍ଷକମାନେ ଅନ୍ତେବାସୀଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ବିଭାଗର ସ୍ୱତନ୍ତ୍ର ଅଧିକାରୀ ସୁନାରାମ ସିଂ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ମୁନମୁନ ମହାପାତ୍ର,ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ସାମନ୍ତ ସିଂହାର,ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନନ୍ଦ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ କାଦକଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୋମନାଥ ଆଇଚ,ଶୁଆକାଟୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ଶତପଥି,ଶିକ୍ଷକ ଶକ୍ତିରଞ୍ଜନ ଜେନା,ମୋତିଲାଲ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଅନ୍ତେବାସୀଙ୍କ ସୁରକ୍ଷା ସମ୍ପର୍କିତ ତାଲିମ ଶିବିର କେନ୍ଦୁଝର ଜିଲ୍ଲାର ୨ ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଶୁଆକାଟୀ ବାଳକ ଉଚ୍ଚ ବିଦ୍ୟାଳୟରେ ୬ଟି ବ୍ଲକର ୧୮୨ ଟି ବିଦ୍ୟାଳୟ ଏବଂ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୭ ଟି ବ୍ଲକର ୧୫୭ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ଛାତ୍ରାବାସ ଅଧିକ୍ଷକମାନେ ତାଲିମ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ