ଜ୍ଞାନ ବିଜ୍ଞାନ ମେଳାରେ ପୋଲସରାର ସୁହାସୀଙ୍କ ସଫଳତା

ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ସୁହାସୀ ପାଢ଼ୀ ଜିଲ୍ଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ସଫଳତା ହାସଲ କରିଛନ୍ତି। ବିଜ୍ଞାନ ପ୍ରତି ରୁଚି, ସୃଜନଶୀଳତା ଓ ପ୍ରତିଭାକୁ ନେଇ ପ୍ରସ୍ତୁତ କରିଥିବା ପ୍ରକଳ୍ପ ଏହି ମେଳାରେ ପ୍ରଶଂସିତ ହୋଇଥିଲା। ପୂର୍ବରୁ ପୋଲସରା ଅଞ୍ଚଳସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସୁହାସୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ। ଜିଲ୍ଲାସ୍ତରରେ ମଧ୍ୟ ନିଜ ପ୍ରତିଭାର ପରିଚୟ ଦେଇ ସଫଳତା ହାସଲ କରିବା ଫଳରେ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା କମିଟି, ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଓ ଗୁରୁମାମାନେ ସୁହାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜ୍ଞାନ ଆଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀ ଓ ସୋମନାଥ ବେହେରାଙ୍କ ମାର୍ଗଦର୍ଶନ ଏବଂ ସହଯୋଗ ତାଙ୍କ ସଫଳତାରେ ସହାୟକ ହୋଇଥିବା କୁହାଯାଇଛି। ସୁହାସୀଙ୍କ ଏହି ସଫଳତା ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆଗ୍ରହୀ କରିବା ସହ ନୂଆ ପ୍ରେରଣା ଯୋଗାଇଛି। ତାଙ୍କ ସଫଳତା ପାଇଁ ବିଦ୍ୟାଳୟ ପରିସରରେ ଆନନ୍ଦ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ