ଅନ୍ତର୍ଜାତୀୟ ନର୍ସ ଦିବସ

କୋଣାର୍କ  (ଓ୍ବାଇଏନଏସ): ପୁରୀ ଜିଲ୍ଲା କୋଣାର୍କ ମାଧିପୂର ନିକଟରେ ଥିବା ସ୍ବର୍ଣ୍ଣଲତା ସ୍କୁଲ୍ ଆଣ୍ଡ କଲେଜ ଅଫ ନର୍ସିଂ ପକ୍ଷରୁ ଅନ୍ତର୍ଜାତୀୟ ନର୍ସ ଦିବସ  ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । କଲେଜ ସଭାପତି ଅତ୍ୟୁନ୍ତ ରାଧାକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ, କୋଣାର୍କ ସାହିତ୍ୟ ସଂସଦ ର ସଭାପିତି ରବୀନ୍ଦ୍ର ବାହିନୀପତି , ସମାଜସେବୀ ତ‌ଥା ପ୍ରଧାନଶିକ୍ଷକ ରାମକୃଷ୍ଣ ମାହାନ୍ତି , ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ, ସମାଜସେବୀ ନିରଞ୍ଜନ ସାହୁ, ନର୍ସିଂ କଲେଜ୍ ଅଧ୍ୟକ୍ଷା ସସ୍ମିତା ସ୍ବାଇଁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅନନ୍ୟା ଜେନା ଓ ଅଧ୍ୟକ୍ଷା ଶ୍ରୀମତୀ ଶରତ ବଳା ଖଟୋଇ , ସଭାପତି ପୂର୍ଣ୍ଣ ତ୍ୱୟା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଯୋଗ ଦେଇଥିବା ଅତିଥି ମାନେ ନର୍ସ ଦିବସର ମହତ୍ତ୍ଵ ଓ  ଯାହାର ଜନ୍ମ ଦିନରେ ଏହି ଦିବସ ପାଳିତ ହେଉଛି , ଫ୍ଲୋରେନ୍ସ ନାଇଟଆଙ୍ଗଲଙ୍କ ଜୀବନ ଓ ସେବା ମନବୃତ୍ତି ଉପରେ ଆଲୋକପାତ କରିଥିଲେ। ତାଙ୍କୁ ଆଦର୍ଶ ମାନି ସେବା ମନବୃତି ରଖି ପାଠ ପଢିବା ସହିତ ସେବା କାର୍ଯ୍ୟ କରିବା ପାଇଁ ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ହିଁ ସମାଜକୁ ପରିବର୍ତ୍ତନ ଆଣି ପାରିବ, ସେବା ହିଁ ବ୍ରତ ଓ ସାଧନା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବରୁ କଲେଜର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସହ ଶ୍ରେଷ୍ଠ କୃତି ଛାତ୍ରୀ ମାନଙ୍କୁ ମାନପ‌ତ୍ର ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।  ଶେଷ ପର୍ଯ୍ୟାୟରେ କଲେଜର ଛାତ୍ରୀ ମାନଙ୍କ ଦ୍ବାରା ଓଡ଼ିଶୀ, ସମ୍ବଲପୁରୀ, ଦେଶାତ୍ମବୋଧକ, ଲୋକନୃତ୍ୟ ପରିବେଷଣ ସହ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା । ଯାହା ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କୁ ମନୋରଞ୍ଜନ କରିଥିଲା।  ଶିବାନନ୍ଦ ବାରିକ ମଞ୍ଚ ସଂଯୋଜନା କରିଥିବା ବେଳେ କଲେଜ୍ କର୍ମଚାରୀ ରଶ୍ମିତା ସ୍ବାଇଁ, ଶ୍ରାବଣୀ ମାମ, ଅନିତା ବେହେରା, କାଜଲ ସ୍ବାଇଁ, କଳ୍ପନା, ପବିତ୍ର, ବାବୁରାମ ସ୍ବାଇଁଙ୍କ ସହ ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ