୯ମ ଦିନରେ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା

ଛତ୍ରପୁର (ଓ୍ବାଇଏନଏସ):  ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଧୁମଧାମରେ ଚାଲିଛି । ଏହି ଯାତ୍ରା ଜୁନ ୫ ପର୍ଯ୍ୟନ୍ତ ମଧ୍ୟ ଚାଲିବ  l ମାଙ୍କ ଯାତ୍ରା କୁ ଆଜକୁ ୯ମ ଦିନ ରେ ପହଂଚି ।  ମା’ଙ୍କ ଘଟ ଅସ୍ଥାୟୀ ଯାତ୍ରା ମଣ୍ଡପ ଠୁ ବାହାରି  ରିକାପଲ୍ଲୀ ଗେଟ, କଳ୍ପବାସିନୀ ନଗର ଓ ଚନ୍ଦ୍ରଶେଖର ସାହି ପରୀକ୍ରମା କରିଥିଲେ l ଏହା ସହ  ରିକାପଲ୍ଲୀ ହରିଜନ ସାହିର ଭୋଗ ମଧ୍ୟ ମାଙ୍କୁ ଶ୍ରଦ୍ଧାଳୁ ମାନେ  ପ୍ରଦାନ କରିଥିଲେ । ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ଯିବା ଦହି ଭାତ ଭୋଗ କରାଯାଇଥିଲା । ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଙ୍କ ପୂଜାର୍ଚ୍ଚନା କରାଯିବା ଆଳତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ମା’ ଅସ୍ଥାୟୀ ମଣ୍ଡପରୁ ବାହାରି ଏକ ବିରାଟ ପଟୁଆରରେ ନଗର ପରିକ୍ରମା କରିଥିଲେ । ମାଙ୍କ ଏହି  ଘଟ ପରୀକ୍ରମା ଦେଖିବା ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳରୁ ବହୁ ଭକ୍ତଙ୍କ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିିଥିଲା । ମାଙ୍କ ଘଟ ନଗର  ପରିକ୍ରମା ସମୟରେ ଯେପରି କୌଣସି ଅସୁବିଧା ନ ହେବ ସେଥି ନିମନ୍ତେ ଛତ୍ରପୁର ଥାନାର ବହୁ ପୁଲିସ୍ କର୍ମଚାରୀ ମାନେ ଓ ସ୍ୱେଚ୍ଛାସେବୀମାନେ ସହଯୋଗ ରେ  ମାଙ୍କ ଘଟ ଚାରି ପଟୁ ଦୁଉଡି ରେ ବ୍ୟାରିକେଟ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର ସିଏଚ୍‌.ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନେଜର ଏମ୍‌.ସମରେନ୍ଦ୍ର ସେନାପତି, ସମ୍ପାଦକ ପି.ରାଜୁରେଡ୍ଡୀ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ