ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ପ୍ରୋଗ୍ରାମ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଣିତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଚତୁର୍ଥ ସେମିଷ୍ଟାରର ଛାତ୍ରଛାତ୍ରୀମାନେ ୩୫ ଦିନରେ ୧୨୦ ଘଣ୍ଟା ପର୍ଯ୍ୟନ୍ତ ମାଣିତରା ଗ୍ରାମ ପଞ୍ଚାୟତର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ସହଯୋଗରେ ଅନୁଧ୍ୟାନ କରି ବିବରଣୀ ପ୍ରସ୍ତୁତ କରିବେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ହିମାଂଶୁ ଶେଖର ରଥଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଥମ ଦିନର କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡାକ୍ତର ସଞ୍ଜୟ କୁମାର ପ୍ରଧାନ, କିଶୋର ଚନ୍ଦ୍ର ଶବର ଓ ଦୁଷ୍ମନ୍ତ ପ୍ରଧାନ, ମାଣିତରା  ପଞ୍ଚାୟତର ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା ଓ ସମିତି ସଭ୍ୟ ଜୟଦେବ ପ୍ରଧାନ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରିବାକୁ ସରପଞ୍ଚ ଶ୍ରୀ ବେହେରା ଓ ପିଇଓ ନିର୍ଭର ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ