ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିଉଦାଣୀର ନମାମି ଭାରତ କାର୍ଯ୍ୟକ୍ରମ

ହାଟଡିହି (ଓ୍ବାଇଏନଏସ): ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିଉଦାଣୀ ତରଫରୁ “ବନ୍ଦେ ଭାରତମ୍” ର୧୫୦ବର୍ଷ ପୂର୍ତ୍ତି ଅବସରରେ ବାଲୁକେଶ୍ବର ଉଚ୍ଚ ବିଦ୍ୟାଳୟ ସୋସୋ କାନପୁର ପରିସରରେ “ନମାମି ଭାରତମ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିବା୧୧ ଘଟିକାରେ ଶିଶୁ ମନ୍ଦିରର ପ୍ରଧାନ ଗୁରୁମା ଶ୍ରୀମତୀ ମାନାରାଣୀ ତ୍ରିପାଠୀଙ୍କ ସଂଯୋଜନା ରେ ବନ୍ଦେ ଭାରତମ୍ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଶିଶୁ ମନ୍ଦିରର ସଭାପତି ଅଶୋକ କୁମାର ରାଉତ ମୁଖ୍ୟ ଅତିଥି ଭାବେ ସ୍ନେହଲତା ଦାସ, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଅନ୍ତର୍ଯ୍ୟାମି ରାଉତ, ସ୍ବତନ୍ତ୍ର ଅତିଥି ଭାବେ ସୋସୋ ଥାନାର ଆଇ.ଆଇ.ସି କାନନ ସାହୁ,  ସମ୍ମାନିତ ଅତିଥି ଭାବେ ନାରାୟଣ ଚନ୍ଦ୍ର ବିଶ୍ବାଳ, ହରମୋହନ ପଣ୍ଡା, ଅମୁଲ୍ୟ କୁମାର ମିଶ୍ର, ଦୁର୍ଯୋଧନ ଜେନା ପ୍ରମୁଖ ଯୋଗଦାନ କରିଥିଲେ। ଆଦର୍ଶ ଶିକ୍ଷକ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ। ଶିଶୁ ମନ୍ଦିରର ସମ୍ପାଦକ ଅକ୍ଷୟ କୁମାର ବଳ, କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସା, ଅଲେଖ ଚନ୍ଦ୍ର ରାଉତ ତଥା କମିଟି  ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ