ନିଜର ଖାଇବା ଶସ୍ୟ ବିକ୍ରିକରୀ ରାସ୍ତା କାର୍ଯ୍ୟକଲେ ଗ୍ରାମବାସୀ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ )ଦେଶ ସ୍ୱାଧୀନତାର ସତ ଦଶନ୍ଦିରୁ ଅଧିକ ବର୍ଷ ପରେ ମଧ୍ୟ ଗାଁକୁ ମୌଳିକ ସୁବିଧା ଅପହଞ୍ଚ ହୋଇ ପଡିଛି ସରକାର ଓ ପ୍ରଶାସନ ଉପରେ ଆଙ୍ଗୁଳି ନିଶ୍ଚିତ ଉଠିବ କହିଲେ ଭୁଲ ହେବନାହିଁ। ଏଭଳି ପରିସ୍ଥିତିରେ ନିଜର ଜୀବିକା ଓ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ନିଜେ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି।ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କରପା ଗ୍ରାମ ପଞ୍ଚାୟତର ଏଚ କଣା ଗ୍ରାମ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଗୁହାରି କରିଛନ୍ତି ହେଲେ ଏପର୍ଯ୍ୟନ୍ତ କୌଣସି ଭାବେ ରାସ୍ତା ମରାମତି ନହେବାରୁ ଶେଷରେ ଗ୍ରାମ ବାସୀ ନିଜର ଖାଦ୍ୟ ଷସ୍ୟ ବିକ୍ରିକାରୀ ୭୦ ହଜାର ଟଙ୍କା ଚାନ୍ଦା ଆଦାୟ କରି ଶ୍ରମ ଦାନ କରି ରାସ୍ତା କାମ କରିଥିବା ଦେଖିବାକୁ ମିଳିଛି। ତେବେ ଗ୍ରାମର ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କ ପର୍ଯ୍ୟନ୍ତ ଗୁହାରୀ କରିବା ପରେବି ଏରାସ୍ତା କାମ ହେଉ ଥିବା ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ଟିଏ ଆସିବା କଣ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇ ପଡିଥାଏ। ଏହି ଗ୍ରାମକୁ କଲ୍ୟାଣସିଂହପୁର ବ୍ଲକଦେଇ ଯିବାକୁ ହେଲେ ପ୍ରାୟ ତିନି ହଜାର ଫୁଟ ଉଚାକୁ ଚଢି ଯିବାକୁ ପଡିଥାଏ। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କାଚଲେଖା ଗ୍ରାମଦେଇ ପନ୍ଦର କିମି କୁଟୁରୁ ମାଳି ପାହାଡ଼ ଚଢି ଯିବାକୁ ପଡିଥାଏ।କଲ୍ୟାଣସିଂହପୁର ବ୍ଲକଦେଇ ରାସ୍ତା କରିବା ସମ୍ଭବ ହୋଇ ନଥିବାରୁ କୁଟୁରୁ ମାଳି ଚଢିବା ପାଇଁ ଥୁଆମୂଳ ରାମପୁର ଯିବାପାଇଁ ଏହି ରାସ୍ତା ନିଜେ ଚାନ୍ଦା ଆଦାୟ କରି ଜେସିବି ଲଗାଇ କାର୍ଯ୍ୟ କରିଛନ୍ତି। ଏହି ରାସ୍ତା କରିବା ପାଇଁ ପ୍ରତି ଘର ତିନି ହଜାରଟଙ୍କା ଆଦାୟ କରିଥିଲେ। ଯାହାକି ସେମବନେ ପାହାଡ଼ ଉପରେ ଚାଷ କରିଥିଵା ମାଣ୍ଡିଆ, ଖୁସୁଳା, କାନ୍ଦୁଲ, ବିରି, ଝୁଡୁଙ୍ଗ ବିକ୍ରିକାରୀ ଟଙ୍କା ଆଦାୟ କରିଥିଲେ। ପରେ ଗତ କିଛିଦିନ ପୂର୍ବେ କାଯ୍ୟ କରିଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ସମ୍ଭବ ହେଇ ପାରୁ ନାହି ଏମିତିକି ଗର୍ଭବତୀ ମହିଳା ମାନଙ୍କୁ ଭାରରେ ନିତି ବୁହା ହୋଇଥିବା ନଜର ମଧ୍ଯ ଆସିଛି। ଅନେକ ନେତା ମନ୍ତ୍ରୀ ବିଧାୟକ ସାଂସଦ ଙ୍କୁ କହିବା ପରେ ବି କେହି କର୍ଣ୍ଣପାତ କରି ନାହାଁନ୍ତି। ୨୪ବର୍ଷ ଗତ ସରକାର ଏବଂ ଚଳିତ ୨୨ ମାସର ସରକାର ରେ ବି ଏହି ଗ୍ରାମ ରାସ୍ତା ହେବା ସ୍ବପ୍ନ ପାଲଟି ଯାଇଛି। ଏହି ସମସ୍ୟା ଭିତରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଗାଁ ଲୋକ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଥିବା ଜଣେଇ ଛନ୍ତି ତେବେ ଦେଖିବାକୁ ବାକି ରହିଲା ଏଇ ସମସ୍ୟାର ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା।


