ଜୀବନ ଜ୍ୟୋତି କଲେଜର ବାର୍ଷିକ କ୍ରୀଡା ଉଦଘାଟିତ
ରାଇକିଆ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି କଲେଜରେ ମଙ୍ଗଳବାର ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଛି l ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ପ୍ରିନସିପଲ୍ ଉମାକାନ୍ତ ରଥ ଙ୍କ ଅଧ୍ୟକ୍ଷତା ରେ ଅତିଥି ଭାବରେ ଥାନା ରାଇକିଆ ଅଧିକାରୀ ଆଶୁତୋଷ ପାଇକରାୟ, ରାଇକିଆ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ଯୋଗ ଦେଇ କ୍ରୀଡା କିପରି ଉତ୍ତମ ସ୍ବାସ୍ଥ୍ୟ ଗଠନ ରେ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ରଖିଥାଏ ସେ ନେଇ କହିବା ସହ ଛାତ୍ରୀ ଛାତ୍ର ଙ୍କୁ ଉତ୍ସାହିତ କରିଥିଲେ । ମଶାଲ ଶୋଭାଯାତ୍ରା ରେ ପ୍ରତିଯୋଗୀ ମାନେ ପହଞ୍ଚିବା ପରେ ପତାକା ଉତ୍ତୋଳନ କରାଯାଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରାଯାଇଥିଲା । କ୍ରୀଡ଼ା ଶିକ୍ଷକ ଡ଼ି ଜନସନ, କ୍ରୀଡ଼ା ବିଭାଗ ଉପ ସଭାପତି ତଥା ଅଧ୍ୟାପକ ପ୍ରମୋଦ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଲିଜାଲିନ୍ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ସାରଙ୍ଗଧର ମାମ୍ବାଲାକା ଧନ୍ୟବାଦ ଅର୍ପଣ କରିଥିଲେ ।


