ପଞ୍ଚାୟତବାସୀଙ୍କ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଭେଟିଲେ ଝାନ୍ସୀରାଣୀ

ହାଟଡିହି (ବିକାଶ ବିଶ୍ବାଳ) : ହାଟଡିହି ବ୍ଳକ କେ.ବାଲିପାଳ ପଞ୍ଚାୟତର ଲୋକମାନେ ଅନେକ ଅସୁବିଧାରେ ଥିବା ବେଳେ ସାଧାରଣ ମୌଳିକ ସମସ୍ୟାକୁ ନେଇ ସମାଜସେବୀ ଝାନ୍ସୀରାଣୀ ଦାସ ଓଡିଶା ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାଇ ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ଆଜି ଯାଏ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ଏଠାକାର ହଜାର ହଜାର ଲୋକ ଯାତାୟତ କ୍ଷେତ୍ରରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏହି ପଞ୍ଚାୟତର ଗାଁ ଗୁଡିକୁ ଆମ୍ବୁଲାନ୍ସ ଯାଇ ପାରୁ ନଥିବାରୁ ଅନେକ ସମୟରେ ରୋଗୀମାନଙ୍କୁ ଡାକ୍ତରଖାନା ନେବା ସମ୍ଭବ ହେଉନି । ସେହିପରି ବିଦ୍ୟୁତ୍‌ର କୌଣସି ସୁବିଧା ନାହିଁ I ୧୦ ବର୍ଷ ପୂର୍ବେ ଦିଆଯାଇଥିବା ସୋଲାର ଲାଇଟ ସବୁ ଏବେ ଅଚଳ ହୋଇ ପଡିଛି । କିରୋସିନି ମିଳୁନଥିବାରୁ ଡିବିରି ଆଲୁଅ ଜଳିପାରୁନି,  ଫଳରେ ସନ୍ଧ୍ୟା ହେଲେ ଲୋକମାନେ ଅନ୍ଧାରରେ ନାନା ଅସୁବିଧା ଭୋଗ କରୁଛନ୍ତି । ଆଜିପର୍ଯ୍ୟନ୍ତ ଲୋକମାନେ ଟେଲିଭିଜନ ଦେଖି ପାରିନଥିବା ବେଳେ ପଞ୍ଚାୟତରେ ଟାୱାର ନଥିବାରୁ ମୋବାଇଲ ସେବା ଭଳି ଗରୁତ୍ବପୂର୍ଣ୍ଣ ସେବାରୁ ମଧ୍ୟ ବଞ୍ଚିତ ଅଛନ୍ତି ଏହି ପଞ୍ଚାୟତର ଲୋକମାନେ l ଏପରି ଅନେକ ମୌଳିକ ସମସ୍ୟା କୁ ନେଇ ସମାଜସେବୀ ଝାନ୍ସୀରାଣୀ ଦାସ ଆଜି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଏକ ଦାବିପତ୍ର ମଧ୍ଯ ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ