କଳିଙ୍ଗ ବୈଶ୍ୟ ମହିଳା ସଂଘର ରଜ ମହୋତ୍ସବ ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) : କଳିଙ୍ଗ ବୈଶ୍ୟ (ଋଷିକୁଲ୍ୟା ଅଞ୍ଚଳ) ଆସିକା ପଞ୍ଚମହିଳା ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ସ୍ଥାନୀୟ ଓମ୍ ଶ୍ରୀ ଶ୍ରୀ ବାସବୀ ମା କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ହର୍ଷ ଉଲ୍ଲାସର ସହ ଆୟୋଜିତ ହୋଇଥିବା ରଜ ମଉଜ ୨୦୨୬ ଉଦ୍ଯାପିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ମହିଳା ସଂଘ (ଋଷିକୁଲ୍ୟା ଅଞ୍ଚଳ) ଆସିକା ପଞ୍ଚମହିଳା ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପି.ରାଧାରାଣୀ ପାତ୍ର, ରଶ୍ମିତା ପୃଷ୍ଟି, ରଶ୍ମିତା ପାତ୍ର, ସାଇଶ୍ୱରୀ ପାତ୍ର, ଟି.ଝିଲି ପାତ୍ର, ଇ.ସନ୍ତୋଷିନୀ ପାତ୍ର, ଲଳିତା ଗୁପ୍ତା ପ୍ରମୁଖ ଏହି ରଜ ମଉଜ ୨୦୨୬ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ ଦିନରେ ଏହି ମହୋତ୍ସବ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ପ୍ରୟାସ କରାଯିବ ବୋଲି ପ୍ରକାଶ କରିବା ସାଙ୍ଗକୁ ରଜପର୍ବ ଆମ ସଂସ୍କୃତି, ପରମ୍ପରା ଓ ସାମାଜିକ ସଂସ୍କାରର ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ଏହାକୁ ସଦାସର୍ବଦା ଉଦ୍ଜୀବିତ କରିରଖିବା ପାଇଁ ସମସ୍ତ ସଦସ୍ୟାଙ୍କ ସହଯୋଗ କାମନା କରିଥିଲେ । ଓଡିଆ ସଂସ୍କୃତିର ଅନ୍ୟତମ ମହାନ୍ ଗଣପର୍ବ ରଜ ମହୋତ୍ସବ ୨୦୨୬ ଉଦ୍ଯାପିତ ହୋଇଯାଇଥିଲା ବେଳେ ସ୍ଥାନୀୟ ଓମ୍ ଶ୍ରୀ ଶ୍ରୀ ବାସବୀ ମା କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଅଧୀନସ୍ଥ ଆସିକା ପଞ୍ଚ ମହିଳା ସଂଘର ମିଳିତ ସହଯୋଗରେ ଆନନ୍ଦ ଉଲ୍ଲାସର ସହ ସେଲିବ୍ରେସନ୍ ହୋଇଥିବା ରଜ ମଉଜ କାର୍ଯ୍ୟକ୍ରମରେ ସଂଗଠନର ମହିଳା ସଦସ୍ୟା ପି.ସ୍ମିତା ପାତ୍ର, ପି.ସ୍ମୃତି ପାତ୍ର, ପି.ବବିତା ପାତ୍ର, ପି.ସୁଧାରାଣୀ ପାତ୍ର, ପି.କୁମୁଦିନୀ ପାତ୍ର, ଏସ୍.ପ୍ରଣତୀ ପୃଷ୍ଟି, ଏସ୍.ରୂପଶ୍ରୀ ପୃଷ୍ଟି, ଏସ୍.ସସ୍ôମିତା ପୃଷ୍ଟି, ଏସ୍.ସ୍ୱରୂପା ପୃଷ୍ଟି, ପି.ରାଜେଶ୍ୱରୀ ସୁବୁଦ୍ଧି, ଲିପ୍ସସାରାଣୀ ପାତ୍ର, ଅନୁରାଧା ପାତ୍ର, ପି.ଟିନି ପାତ୍ର, କେ.ସୁନିତା ସେନାପତି, କେ.ରୋଜା ସେନାପତି, ପି.ଶିଳ୍ପା ପାତ୍ର, ପି.ତନୁଶ୍ରୀ ପାତ୍ର, ପି.ରତନେଇ ପ।।ତ୍ର, ବି.ସୁଜାତା, କେ.ସୁନିତା ପାତ୍ରଙ୍କ ସମେତ ବହୁ ସଦସ୍ୟା ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


