କୋଣାର୍କ ମଙ୍ଗ ଧରିଲେ ମଙ୍ଗରାଜ : ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଭାବେ ମନୋନୀତ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ଏନ୍ଏସି ନିମନ୍ତେ ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ଭାବେ ମଙ୍ଗରାଜ ମୁଦୁଲି ମନୋନୀତ ହୋଇଛନ୍ତି । ଦୀର୍ଘ ୧୬ବର୍ଷ ଧରି ଭାରତୀୟ ଜନତା ପାର୍ଟି ଦଳରେ କୋଣାର୍କ ମଣ୍ଡଳ ଯୁବମୋର୍ଚ୍ଚାରେ କାର୍ଯ୍ୟ କରୁଥିବା ମଙ୍ଗରାଜ ମୁଦୁଲିଙ୍କ ବିଭିନ୍ନ ପ୍ରକାର ର ସାଂଗଠାନିକ କାର୍ଯ୍ୟ ଦକ୍ଷତା ପାଈଁ ଜଗସିଂହପୁର ବିଜେପି ସାଂସଦ ବିଭୁ ପ୍ରସାଦ ତରାଇ ତାଙ୍କୁ କୋଣାର୍କ ଏନ୍ଏସି ପାଇଁ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ଏନେଇ କୋଣାର୍କ ମଣ୍ଡଳ ପକ୍ଷରୁ ତାଙ୍କୁ ଅଭିନଦନ ଓ ଶୁଭେଚ୍ଛା ଜଣା ଯାଇଛି । ଦଳର ସମସ୍ତ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ପ୍ରୟାସ ଜାରି ରଖିବା ସହ ଲୋକ ମାନଙ୍କ ର ବିଭିନ୍ନ ପ୍ରକାରର ସମସ୍ୟା ର ସମାଧାନ କରିବେ ବୋଲି ମଙ୍ଗରାଜ ମୁଦୁଲି ସୂଚନା ଦେଇଛନ୍ତି ।