ଆବାସ ନିର୍ମାଣ ନାଁରେ ମନରେଗାରେ ଲକ୍ଷାଧିକ ଟଙ୍କା ଚଳୁ

ହାଟଡିହି (ବିକାଶ ବିଶ୍ବାଳ): ଆବାସ ନିର୍ମାଣ ନାଁ ରେ ମନରେଗା ଯୋଜନାରେ ଉଠିଛି ଟଙ୍କା।ମୂଳରୁ ଗୃହ ନିର୍ମାଣର ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ କାଗଜ କଲମରେ ଆବାସ ନିର୍ମାଣ ହୋଇଥିବା ଦର୍ଶାଯାଇ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଉଠାଯାଇଛି। ଏପରି ଅଭିଯୋଗ ହୋଇଛି ଶାଳଣିଆଁ ପଞ୍ଚାୟତରେ। ଗୋଟିଏ କି ଦୁଇଟି ନୁହଁ ଅନେକ ହିତାଧୀକାରୀ ଙ୍କ ଅଜାଣତରେ ଉଠା ଯାଇଛି ମନରେଗା ଅନୁଦାନ।  ଏ ଅଭିନବ ଲୁଟ୍ କରିଛନ୍ତି ସରକାରୀ ବାବୁ ଓ କିଛି ପ୍ରଭାବଶାଳୀ ବ୍ୟକ୍ତି।   ସୁଚନା ଅନୁସାରେ ଏହି ପଞ୍ଚାୟତରେ ୫୦ ରୁ ଉର୍ଦ୍ଧ୍ବ ଆବାସ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ  ଗୃହ ନିର୍ମାଣ କରିନଥିବା ବେଳେ ହିତାଧିକାରୀଙ୍କ ଅଜାଣତରେ  ଉଠିଛି ୯୫ ଦିନର ଜବକାର୍ଡ ଟଙ୍କା। ହିତାଧିକାରୀଙ୍କ ନିଜ ପରିବାର ନାଁ ରେ ଜବକାର୍ଡ ଟଙ୍କା ପଡ଼ିବା ପାଇଁ ଗାଇଡ ଲାଇନ୍ ଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ହିତାଧୀକାରୀ ଙ୍କ ପରିବାର ନୁହଁ ଅନ୍ୟ ଲୋକଙ୍କ ଜବକାର୍ଡ ପକାଯାଇ ଭିନ୍ନ ଲୋକଙ୍କ ଏକଉଣ୍ଟ କୁ ଟଙ୍କା ଯାଇଛି। ଏ ସମ୍ପର୍କରେ କିଛି ହିତାଧୀକାରୀ ଜାଣିବା ପରେ ହୋ ହାଲ୍ଲା କରିବାରୁ ସେମାନଙ୍କୁ କିଛି କିଛି ଟଙ୍କା ଦିଆଯାଇ ମୁହଁ ବନ୍ଦ କରିବାକୁ ଚାପ ପକା ଯାଇଛି। ଏ ସମ୍ପର୍କରେ ଏଡିଇଓଙ୍କୁ ପଚାରିବାରୁ ସେ ଏହି ଡିମାଣ୍ଡ କରିନଥିବା ବେଳେ ସେହି ପଞ୍ଚାୟତ ରେ ଥିବା ଜଣେ ବ୍ୟକ୍ତିଙ୍କ ପାଖରେ ଆଇଡି ଓ ପାଶୱାର୍ଡ ଥିବାରୁ ସେ ଏହି ଡିମାଣ୍ଡ କରିଥିବା କଥା କହିଛନ୍ତି।ଆବାସ ନିର୍ମାଣ ନକରି  ମନରେଗା ଯୋଜନାରେ ଟଙ୍କା ଚଳୁ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ପଞ୍ଚାୟତର ହିତାଧିକାରୀ  ନାରାୟଣ ଜେନା,ଶାନ୍ତିଲତା ଶଙ୍ଖୁଆ,ମଧୁସ୍ମିତା ସିଂ, ସନ୍ଧ୍ୟାରାଣୀ କୁଅଁର,ରୀନାରାଣୀ ରାଉତ ଙ୍କ ସମେତ ଅନେକ ହିତାଧିକାରୀଙ୍କ ଟଙ୍କା ଉଠା ଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଙ୍କୁ ପଚାରିବାରୁ ଏ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଏହି ଘଟଣାରେ ଯିଏ ବି ସଂପୃକ୍ତ ଅଛନ୍ତି ସେନେଇ  ଜିଲ୍ଲାପ୍ରଶାସନ ତଦନ୍ତ କରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ