ଗୁଣୁପୁର-ପୁରୀ ଟ୍ରେନକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଓକିଲ ସଂଘର ଦାବି

ଗୁଣପୁର,(ୱାଇଏନଏସ): ପୁରୀ ରେଳ ଷ୍ଟେସନରେ ନବୀକରଣ କାର୍ଯ୍ୟ ପାଇଁ ୧୧ ମାର୍ଚ୍ଚରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ୬୫ ଦିନ କାଳ ପୁରୀ ଯାଉଥିବା ଟ୍ରେନଗୁଡ଼ିକ ପୁରୀ ଯିବ ନାହିଁ। ଏଥିପାଇଁ ଅସ୍ଥାୟୀ ରୂପେ ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ବର-କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଗୁଣପୁର ଓକିଲ ସଂଘ ତରଫରୁ ସଭାପତି ଗୋୖରୀ ଶଙ୍କର ଦାଶ ଇଷ୍ଟକୋଷ୍ଟ ରେଳବାଇ ମହା ପ୍ରବନ୍ଧଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ନବୀକରଣ ସମୟ ମଧ୍ୟରେ ଟ୍ରେନ୍ ନମ୍ବର ୧୮୪୧୭/୧୮୪୧୮ ଗୁଣୁପୁର-ପୁରୀ-ଗୁଣୁପୁର ଏକ୍ସପ୍ରେସକୁ ଭୁବନେଶ୍ୱର/କଟକ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବୃଦ୍ଧି କରିବା ଦ୍ବାରା ଜନ ସାଧାରଣ ଉପକୃତ ହୋଇପାରିବେ। ଏଥିପ୍ରତି ଗୁତୁତ୍ବ ଦେଇ ରେଳବାଇକୁ ଯାତ୍ରୀ ସୁବିଧା ବଜାୟ ରଖିବା ଏବଂ ରେଳବାଇକୁ ଭଲ ରାଜସ୍ୱ ହାସଲ କରିବାରେ ମଧ୍ୟ ସାହାଯ୍ୟ ହୋଇପାରିବ ବୋଲି ସଭାପତି ଶ୍ରୀ ଦାଶ ଚିଠିରେ ଉଲେଖ କରିଛନ୍ତି। ସୂଚନାଯୋଗ୍ୟ ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ ଓ ଟ୍ରାକ୍ କଂକ୍ରିଟ୍ କାର୍ଯ୍ୟ ପାଇଁ ଆସନ୍ତା ମାର୍ଚ୍ଚ ୧୧ରୁ ମେ ୧୬ ତାରିଖ ପର୍ଯ୍ୟନ୍ତ (୬୫ ଦିନ) ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ଏହି ସମୟରେ ୭ ଓ ୮ ନମ୍ବର ପ୍ଲାଟଫର୍ମର ଉନ୍ନତୀକରଣ ମଧ୍ୟ କରାଯିବ। ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍‌ଗୁଡ଼ିକ ପୁରୀ ପରିବର୍ତ୍ତେ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଚାଲିବ। ସମୟ ସାରଣୀ ଓ ଷ୍ଟେସନ ସମ୍ପର୍କିତ ଅଧୂକ ସୂଚନା ପାଇଁ ଯାତ୍ରୀମାନେ ରେଳବାଇ ଅନୁସନ୍ଧାନ କେନ୍ଦ୍ର ସହ ଯୋଗାଯୋଗ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ