ମାଣିତରା କ୍ଲଷ୍ଟର ପକ୍ଷରୁ ଶିକ୍ଷଣ ଶିକ୍ଷାଦାନ ଉପକରଣ କର୍ମଶାଳା
ବୁଗୁଡା (ୟୁଏନ୍ଏସ୍) : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ଶିକ୍ଷଣ ଶିକ୍ଷାଦାନ ଉପକରଣ ମେଳା ଏପ୍ରିଲ ୫ ତାରିଖ ଦିନ ଉଦଯାପିତ ହୋଇଯାଇଛି। ମାଣିତରା କ୍ଳଷ୍ଟର ସିଆରସିସି ଶଶିକାନ୍ତ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ୧୩ଟି ସ୍କୁଲର ଏଫଏଲଏନ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ନେଇ କର୍ମଶାଳା ସମ୍ପାଦନା କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର, ମୁଖ୍ୟବକ୍ତା ଭାବେ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଓ ସମ୍ମାନିତ ଅତିଥି ଭାବେ ରାମଣ୍ଡା କ୍ଲଷ୍ଟର ସିଆରସିସି ସୁଶାନ୍ତ କୁମାର ସେଠୀ ଓ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ମେଳାରେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କର୍ମଶାଳାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।