ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ହାଟଡିହି (ୟୁୂଏନ୍ଏସ୍): ନାହା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ନାୟକଙ୍କୁ ଭବ୍ୟ ଅବସର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅନ୍ନପୂର୍ଣ୍ଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଏ.ବି.ଇ.ଓ ଚତୁର୍ଭୁଜ ପହି, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅଲେଖ ମଲ୍ଲିକ, ସରପଞ୍ଚ ସାଗରିକା ଜେନା, ଏସ.ଏମ.ସି. ଚ଼େୟାରମ୍ୟାନ ଶ୍ରୀକାନ୍ତ ନାୟକ ସିଆରସିସି କୃଷ୍ଣଚନ୍ଦ୍ର ନାହାକ ପ୍ରମୁଖ ଯୋଗଦେଇ ତାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଶ୍ରୀମତୀ ନାୟକ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ର ବତ୍ସଳ ଓ ଆଦର୍ଶ ଶିକ୍ଷୟତ୍ରୀ ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଏକ ପଟୁଆରରେ ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ନାୟକଙ୍କୁ ତାଙ୍କ ଘରୁ ବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ସତ୍ୟ ସୁନ୍ଦର ପରିଡ଼ା ମଞ୍ଚ ସଂଯୋଜନା କରିଥିବା ବେଳେ ପିଙ୍କି ସିଦୁବ ସୋରେନ ମାନପତ୍ର ପଠନ କରିଥିଲେ। ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ କୃଷ୍ଣ ଚନ୍ଦ୍ର ରାଉତ, ନବଘନ ନାୟକ, ଅର୍ପିତା ଅପରାଜିତା ମିଶ୍ର, ଅପରାଜିତା ବିଶ୍ବାଳ, ଅତୁଲ ଚନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କିଶୋର କୁମାର ରାଉତ, ମୋହନ ମହାନ୍ତି, ରମାକାନ୍ତ ତ୍ରିପାଠୀ, ନିତ୍ୟାନନ୍ଦ ବାରିକ, ନିରାକାର ଜେନା, ଅନ୍ତର୍ଯ୍ୟାମୀ ବିଶ୍ବାଳ, ବଳରାମ କୁଅଁର, ଧବଳ ଭୋଇଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସୀମାନେ ଯୋଗଦେଇ ଥିଲେ।


