ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ପକ୍ଷରୁ ଆଇନ ସଚେତନତା ସଭା

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ବୁଗୁଡ଼ା ପିପୁଲସ୍ କଲେଜର “ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ” ଆନୁକୂଲ୍ୟରେ ଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ୦୮/୮/୨୬ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ଡକ୍ଟର ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଭାଇସପ୍ରିନ୍ସିପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସରକାରୀ ଓକିଲ ହର ପ୍ରଦାନ ଦାଶ, ମହିଳା ଓକିଲ ସାଇ ସନ୍ତୋଷିନୀ ପ୍ରଧାନ ଓ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଯୋଗଦେଇଥିଲେ। ଅଧ୍ୟାପକ ଡ଼କ୍ଟର ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ, ଅଧ୍ୟାପିକା ଭି ସନ୍ତୋଷୀ ରାଜୁ ଓ ପାଠାଗାର ରକ୍ଷିକା ରଶ୍ମିତା ଦାଶ ଉପସ୍ଥିତ ଥିଲେ। ଆଡଭୋଇଟ ଶ୍ରୀ ଦାଶ ଓ ଶ୍ରୀମତୀ ପ୍ରଧାନ ନାବାଳିକା ଛାତ୍ରୀ, ସାବାଳିକା ଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା ନେଇ ଆଲୋକପାତ କରିଥିଲେ। କଲେଜର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇନଗତ ସଚେତନତା ଶିକ୍ଷାଲାଭ କରିଥିଲେ। ଶେଷରେ ସଂଯୋଜିକା ଡକ୍ଟର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ