ପଞ୍ଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ

ପୋଲସରା,(ଅନୀଲ କୁମାର ମହାରଣା)  : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ପଞ୍ଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ  କରିଥିଲେ। ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ସା°ସଦଙ୍କ ବ୍ଲକ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ୩୮ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ ଓ ୩୯ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାସ ମଞ୍ଚାସୀନ ଥିଲେ। ବିଡ଼ିଓ ଶ୍ରୀ ମହାପାତ୍ର ସମସ୍ତଙ୍କୁ ସ୍ଵାଗତ କରିବା ସହିତ ଗତ ବୈଠକର ବିବରଣୀ ପାଠନ କରିବା ପାରେ ଆଲୋଚନା ହୋଇ ଦୃଢୀକରଣ ହୋଇଥିଲା। ବୈଠକରେ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା (୨୦୨୬-୨୭) ଆର୍ଥିକ ବର୍ଷର ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧୀୟ ଆଲୋଚନା, ବିକଶିତ ଭାରତ ଗ୍ୟାରେଣ୍ଟି କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ଅଂଶୁଘାତ ନିରାକରଣ, ବିଦ୍ୟୁତ ବିଭାଗ କାର୍ଯ୍ୟକାରିତା ସହିତ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବିଧାୟକ ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକ ଉକ୍ତ ସମସ୍ତ ବିଷୟ ପଙ୍ଖାନୁପୁଙ୍ଖ ଭାବେ ବୁଝିବା ସହ  ଆବଶ୍ୟକ ନିର୍ଦ୍ଦେଶ ଦେଇ ଲୋକଙ୍କ ସମସ୍ୟା ଗୁଡ଼ିକୁ ସମାଧାନ କରିବାକୁ ବିଡ଼ିଓ ଏବଂ ଉପସ୍ଥିତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଶେଷରେ ବିଡ଼ିଓ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ