ଉଦ୍ଧାର ହେଲା ଜୀବନ୍ତ ମାଇ ବଜ୍ରକାପ୍ତା, ଜଣେ ଗିରଫ

ବୁଗୁଡ଼ା, (ଅନୀଲ କୁମାର ମହାରଣା): ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରେ ଜଣେ ବ୍ୟକ୍ତି ଠାରୁ ବିରଳ ପ୍ରଜାତି ଜୀବନ୍ତ ବନ୍ୟପ୍ରାଣୀ ମାଇ ବଜ୍ରକାପ୍ତା ବନବିଭାଗ କର୍ମଚାରୀ ବୃନ୍ଦ ୨୧/୭/୨୬ ତାରିଖ ସକାଳେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏନେଇ ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ କିରାପଲ୍ଲି ଗ୍ରାମର ସୁକୁରୀୟା ଗୌଡଙ୍କ ପୁତ୍ର ସନ୍ତୋଷ ଗୌଡଙ୍କୁ ଗିରଫକରି ବୁଗୁଡ଼ା ରେଞ୍ଜ ଅଫିସର ଓଆର କେଶ ନଂ ୧୦୦/୨୦୨୬-୨୭ ପ୍ରକାରେ ଏକ ମାମଲା କରି ଅଭିଯୁକ୍ତ ସନ୍ତୋଷ ଗୌଡଙ୍କୁ କୋର୍ଟ ଚାଲାଣ କରାଯାଇଛି। ସନ୍ତୋଷ ଗୌଡ ମାଇ ବଜ୍ରକାପ୍ତା ବିକ୍ରୀ କରିବା ପାଇଁ ଯୋଜନା କରୁଥିବା, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ନେତୃତ୍ୱରେ ବାଲିପଦର ବନପାଳ ଅଭିରାମ ଖିଲ, ମାଣିତରା ବନପାଳ ସୁକାନ୍ତ ପଟ୍ଟନାୟକ ଓ ବୁଗୁଡ଼ା ବନପାଳ ବୀରେନ୍ଦ୍ର ପଟ୍ଟନାୟକ ଏକ ଟିମ୍ ଆସାମୀ ସନ୍ତୋଷ ଗୌଡକୁ କାବୁକରି ମାଇ ବଜ୍ରକାପ୍ତା ଉଦ୍ଧାର ସହ ଆସାମୀ ସନ୍ତୋଷ ଗୌଦଙ୍କୁ ଗିରଫ କରି ବୁଗୁଡ଼ା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରି ଏକ ଗୃହରେ ବଜ୍ରକାପ୍ତା କୁ ରଖାଯାଇଛି। ମାଇ ବଜ୍ରକାପ୍ତା ଟି ସୁସ୍ଥ ଥିବା ରେଞ୍ଜର ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ