ସ୍ଥାନୀୟ ଲୋକଙ୍କୁ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଉ : ଟ୍ରକ ମାଲିକ ସଂଘ

ଛତ୍ରପୁର, (ଓ୍ବାଇଏନଏସ):  ଆମେ ସ୍ଥାନୀୟ ଅଂଚଳ ର ଲୋକେ ଆମକୁ ଗୋପାଳପୁର ବନ୍ଦରରେ ମାଲ ପରିବହନ କ୍ଷେତ୍ରରେ ଅଣଦେଖା  କରାଯାଇ   ଟ୍ରାନ୍ସପୋର୍ଟର ମାନେ ଅନ୍ୟ ଅଂଚଳ ରେ ଟ୍ରକ ଗୁଡିକୁ ପରିବହନ କ୍ଷେତ୍ର ରେ ନିୟୋଜିତ କରୁଛନ୍ତି,  ଯାହାଦ୍ୱାରା ସେମାନଙ୍କ ପରିବାର ଚଳାଇବା ଟା ସେମାନେ ପକ୍ଷରୁ କଷ୍ଟସାଧ୍ୟ ହେଲାଣି, ଲକ୍ଷ ଲକ୍ଷ ଟଙ୍କା ଦେଇ ଗାଡି ଗୁଡିକୁ ଆଣି  ବିନା ପରିବହନ  ରେ ପଡି ରହିଛି ଏପରି ଅଭିଯୋଗ ଆଣିଛନ୍ତି।  ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ , ମା ଦକ୍ଷିଣକାଳୀ ମାଲିକ ସଂଘ  ଓ ଗଞ୍ଜାମ ଟ୍ରକ ମାଲିକ ସଂଘ ର  କର୍ମକର୍ତ୍ତା ମାନେ । ଏନେଇ ଛତ୍ରପୁର ଠାରେ ୩ଟି ସଂଘର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବିଶେଷକରି   ଟ୍ରାନ୍ସପୋଟର ମାନେ  ଅଂଚଳର ଟ୍ରକ ମାଲିକ ମାନଙ୍କୁ ଜାଣିଶୁଣି ଅଣଦେଖା କରୁଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି ବୋଲି କହିଥିଲେ ।  ମାଲ ପରିବହନରେ  ସଂଘ ର ମାଲିକ ମାନଙ୍କ ଗାଡି ଗୁଡିକ ନ ନିୟୋଜିତ କରି ଅନ୍ୟ ଜିଲ୍ଲା ଏବଂ ଅନ୍ୟ ଅଂଚଳ ଗାଡି ମାନଙ୍କୁ ମାଲ ପରିବହନ ନିମନ୍ତେ ଦିଆଯାଉଛି ।  ଯାହା ଫଳ ରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି,  ହଜାର ହଜାର ଟ୍ରକ ବିନା ପରିବହନ ରେ ପଡି ରହିଛି, ଏହା ଦ୍ୱାରା ସେମାନଙ୍କ ଗାଡି ଫାଇନାନ୍ସ ବାନ୍ଧିବାରେ ସେମାନଙ୍କୁ ଅସୁବିଧା ହେଉଥିବା  ସହ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ଅସହାୟ ହେଉଛନ୍ତି। କେତକ ଗାଡି ଗୁଡିକ ମାଲିକ ମାନେ ଇଏମଆଇ ବାନ୍ଧି ପାରୁ ନଥିବାରୁ  ଫାଇନାନ୍ସକମ୍ପାନୀ ମାନେ  ନେବାକୁ ବସିଲେଣି, ଏନେଇ ସେମାନେ ପୂର୍ବରୁ ଜିଲ୍ଲାପ୍ରଶାସନ ଓ ବନ୍ଦର କତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ହୋଇ ନାହିଁ, ଯାହାଫଳ ରେ  ୩ ଟି ଟ୍ରକ ମାଲିକ ସଂଘ ଛତ୍ରପୁର ବିଧାୟକ ଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କ ରେ ଅବଗତ କରାଇଛନ୍ତି, ବିଧାୟକ  ସେମାନଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ  ଆଶ୍ବସନା ଦେଇଛନ୍ତି ବୋଲି ମଧ୍ୟ  ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କର୍ମକର୍ତା ସୂଚନା ଦେଇଛନ୍ତି,  ଏହା ସହ ୩ ଟି ଟ୍ରକ ମାଲିକ ସଂଘ ରେ ନଥାଇ କିଛି କୁଚକ୍ରି ଗୋଷ୍ଠୀ ର ମାଲିକ ମାନେ ଫେଡେରେସନ ନାମ ନେଇ ନିଜ କାମ ହାସଲ କରିବା  ନିମନ୍ତେ  ଭାଇରଲ କରୁଛନ୍ତି, ତାହାକୁ ୩ଟି ଟ୍ରକ ମାଲିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଉଛି,  ସେମାନେ ସ୍ଥାନୀୟ ଅଂଚଳ ର ବନ୍ଦର ପରିସର ରେ ଦାୟିତ୍ୱ ଥିବା ଟ୍ରାନ୍ସପୋର୍ଟ ର ସେମାନଙ୍କୁ ମାଲ ପରିବହନ ନିମନ୍ତେ  ଦିଆଯାଉ ବୋଲି  କର୍ମକର୍ତା ମାନେ ଦାବୀ କରିଛନ୍ତି, ଯେ ପର୍ଯ୍ୟନ୍ତ ସେମାନଙ୍କୁ ଧାର୍ଯ୍ୟ ପରିମାଣ ନ ମିଳିଛି ସେତେ ସମୟ ପର୍ଯ୍ୟନ୍ତ ବାହାର ସମସ୍ତ ଆସୁଥିବା ଗାଡି ଗୁଡିକୁ ଲୋଡ଼ ନ ଦେବାକୁ ମଧ୍ୟ ସେମାନେ ଦାବୀ କରିଛନ୍ତି, ନଚେତ ଆଗାମୀ ଦିନ ରେ  ନିଜ ନିଜ ପରିବାର ଚଳାଇବା ର ଅସୁବିଧା ସହିତ ଆତ୍ମହତ୍ୟା କରିବା ନିମନ୍ତେ ବାଧ୍ୟ ହେବେ ବୋଲି ମଧ୍ୟ ବହୁ ମାଲିକ ମାନେ କହିଥିଲେ, ଜିଲ୍ଲାପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷ ସେମାନେ କଥା ଗୁରୁତ୍ୱ ସହ ନେଇ ନିର୍ଧାରିତ ଦର ଧାର୍ଯ୍ୟ ଓ ମାଲ ପରିବହନ କାର୍ଯ୍ୟ ରେ ନିୟୋଜିତ କରିବା ନିମନ୍ତେ ଅନୁରୋଧ କରିଛନ୍ତି, ଏହି ସାମ୍ବାଦିକ ସମ୍ମିଳନୀ ରେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ଜି. ଭାସ୍କର ରେଡ୍ଡୀ , ମା ଦକ୍ଷିଣକାଳୀ ମାଲିକ ସଂଘର କୋଷାଧ୍ୟକ୍ଷ ଅଙ୍ଗଦ ବିଶ୍ୱାଳ,  ଗଞ୍ଜାମ ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଜେନା ଓ ଉପସଭାପତି କାଳୀ ଚରଣ ସ୍ୱାଇଁ ଙ୍କ ସମେତ ବହୁ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ