କାଳିଆ ସାଆନ୍ତଙ୍କ ବାହୁଡାଯାତ୍ରା
ଆସିକା (ୱାଇଏନ୍ଏସ୍): ଆଷାଢ ଶୁକ୍ଳ ଦଶମୀ ତିଥିରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶୁକ୍ରବାର ଭୋର ସମୟରୁ ଦିନତମାମ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆଡପମଣ୍ଡପ ଗୁଡିକରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ନବଦିନାତ୍ମକ ଘୋଷଯାତ୍ରା ଶେଷ କରି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ବାହୁଡା ଯାତ୍ରାରେ ବାହାରିଥିବା ବେଳେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏହି ବାହୁଡା ଯାତ୍ରା ଦେଖିବା ଲାଗି ଶ୍ରଦ୍ଧାଳୁୁ ଭକ୍ତଙ୍କ ଭିଡ ଜମିଥିଲା । ବାହୁଡା ଯାତ୍ରାରେ ଶ୍ରୀ ବିଗ୍ରହଙ୍କ ଚିତ୍ତାକର୍ଷକ ପହଣ୍ଡି ଦର୍ଶନ ଓ ରଥଟାଣିବା ଲାଗି ପ୍ରତିକୂଳ ପାଗ ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ଅଞ୍ଚଳର ଆଡପମଣ୍ଡପ ଗୁଡିକ ନିକଟରେ ରୁଣ୍ଡ ହୋଇଥିଲେ । ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ଆସିକା ଅଞ୍ଚଳର ଆଧ୍ୟାତ୍ମିକ ପରିବେଶକୁ ବହୁଗୁଣରେ ବୃଦ୍ଧି କରିଥିଲା ବେଳେ ଘଣ୍ଟ, ଘଣ୍ଟା, ତାଳ ଓ ମୃଦଙ୍ଗର ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇ ପଡିଥିଲା । ଶୁକ୍ରବାର ପାରମ୍ପରିକ ରୀତିନୀତି ଅନୁଯାୟୀ ଆସିକା ପୌର ପରିଷଦ ଅନ୍ତର୍ଗତ ଲାଲାଗୋର୍ଜୀ ଛକ ସ୍ଥିତ ଆଡପମଣ୍ଡପ, ବଜାର ସାହି ସ୍ଥିତ ଆଡପମଣ୍ଡପ, ଖମ୍ବେଶ୍ୱରୀପାଟଣା ସ୍ଥିତ ଆଡପମଣ୍ଡପ ଓ ଆସିକା ନିକଟସ୍ଥ ଚିିନିଶିଳ୍ପ ନୁଆଗାଁ ସ୍ଥିତ ଆଡପମଣ୍ଡପ, କାଳଷଣ୍ଢପୁର ଗ୍ରାମ ସ୍ଥିତ ଆଡପମଣ୍ଡପ, ନଳବଣ୍ଟା ଗ୍ରାମ ସ୍ଥିତ ଆଡପମଣ୍ଡପ, କେନ୍ଦୁପଦର ଓ ଗହଙ୍ଗୁ ଗ୍ରାମ ସ୍ଥିତ ଆଡପମଣ୍ଡପ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଡପମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଶ୍ରୀଜୀଉ ମାନଙ୍କୁ ପହଣ୍ଡିରେ ଅଣାଯାଇ ରଥ ଉପରେ ବିରାଜମାନ କରାଯାଇଥିଲା । ବାହୁଡା ଯାତ୍ରା ଅବସରରେ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ବିମୋହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଚିନିଶିଳ୍ପ ନୁଆଗାଁ ଆଡପମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରଥାରୁଢ ପରେ ସମବାୟ ଚିିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଶ୍ରୀଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡା ଛେରାପହଁରା କାର୍ଯ୍ୟ ସଂପନ୍ନ କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମବାୟ ଚିନିଶିଳ୍ପ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଦୀର୍ଘ ୨୯ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍.ସୁଜିତ୍ କୁମାର ପୃଷ୍ଟି, ସଦସ୍ୟ ଦିଲୀପ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କା, ଆଧ୍ୟାତ୍ମିକପ୍ରେମୀ ତଥା ଶ୍ରଦ୍ଧାଳୁ ଭକ୍ତ ସୁଶାନ୍ତ କୁମାର ପାତ୍ର, ରାଜେଶ୍ କୁମାର ନାୟକ, ଉଲ୍ଲାସ ରେଡି, ଜଗନ୍ନାଥ ପଟ୍ଟନାୟକ, ସୁବ୍ରତ କର, ବିକାଶ ପଟ୍ଟନାୟକ, ଦୁତି ରାମକୃଷ୍ଣ ତ୍ରିପାଠୀ, ଆଶିଷ୍ ପରିଡା, ବିଷ୍ଣୁଚରଣ ଜେନା, ତ୍ରିନାଥ ବେହେରା, ଏମ୍.ରାମବାବୁ ଦୋରା, ସୌମେନ୍ଦ୍ର ପଟ୍ଟନାୟକଙ୍କ ସମେତ ସମବାୟ ଚିନିଶିଳ୍ପ କର୍ମଚାରୀ, ଆଧ୍ୟାତ୍ମିକପ୍ରେମୀ, ଶ୍ରଦ୍ଧାଳୁଭକ୍ତ, ଗ୍ରାମବାସୀ ଓ ସ୍ୱେଚ୍ଛାସେବୀମାନେ ଏହି ପବିତ୍ର ବାହୁଡାଯାତ୍ରାକୁ ପରିଚାଳନା କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା । ସେହିଭଳି ଆସିକା ସହରର ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ତଥା ଆସିକା ଓକିଲ ସଂଘର ସଂପାଦକ ନାରାୟଣ ମୁନିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବାହୁଡାଯାତ୍ରାକୁୁ ସୁପରିଚାଳନା କରିବା ଦିଗରେ ସେବାୟତ ନୀଳମାଧବ ଦାଶ, ମନୋଜ କୁମାର ଦାଶ, ଉପେନ୍ଦ୍ର ନାଥ ଦାଶ, ସୁରେନ୍ଦ୍ରନାଥ ଦାଶ, ରବିନ୍ଦ୍ର ଦାଶ, ଜିତେନ୍ଦ୍ର ଦାଶ, ସୁଶାନ୍ତ ଦାଶ, ରଂଜିତ୍ ଦାଶ, ନରହରି ପଣ୍ଡା, ନୀଳମଣି ପଣ୍ଡା, କାହ୍ନୁଚରଣ ପଣ୍ଡା, ରାମ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ମନୋଜ କୁମାର ପଣ୍ଡା, ରାଜେନ୍ଦ୍ର ଦାଶ, ଶୁଭମ୍ ଦାଶଙ୍କ ସମେତ ସମସ୍ତ ସେବାୟତ, ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ମହାନ୍ତି, ସତ୍ୟନାରାୟଣ ରଥ, ଶତୃଘ୍ନ ଗୌଡ, ଶ୍ରବଣ କୁମାର ପାତ୍ର, ପି.ଶିବଶଙ୍କର ପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରିଥିବା ବେଳେ ଆସିକା ଉପଖଣ୍ଡ ପୋଲିିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଟିପିଏସଓଡିଏଲ୍ ଆସିକା ସେକ୍ସନ୍ର ସହକାରୀ ଯନ୍ତ୍ରୀ ଇଂ ରାକେଶ୍ କୁମାର ପାତ୍ର, ଆସିକା ଥାନାଧିକାରୀ ସୁଧିର କୁମାର ସାହୁ, କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ, ଆସିକା ତହସିଲଦାର ସଙ୍ଗୀତା ସେଣ, ଅଗ୍ନିଶମ ସେବା କେନ୍ଦ୍ରର କେନ୍ଦ୍ର ଅଧିକାରୀ ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହରର ବଜାର ସାହି, ଖମ୍ବେଶ୍ୱରୀପାଟଣା, କାଳଷଣ୍ଢପୁର, ନଳବଣ୍ଟା, ଗହଙ୍ଗୁ, କେନ୍ଦୁପଦର ସମେତ ଆଖପାଖ ଅଞ୍ଚଳରେ ବାହୁଡା ଯାତ୍ରା ଅବସରରେ ରଥଟଣା କାର୍ଯ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଥିଲା ବେଳେ ଭାବବିନୋଦିଆ ରଥାରୁଢ ଠାକୁରଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ମୁଖ୍ୟରାସ୍ତାରେ ଟାଣିଟାଣି ନେଉଥିବା ବେଳେ ବେଶ ଉତ୍ସାହିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରୁ କିଏ ନଡିଆ ବାଡାଉଥିଲା ତ ଅନ୍ୟ କିଏ ହାତ ଉପରକୁ ଟେକି ଆଶିଷ କାମନା କରୁଥିବା ଦେଖିବାକୁ ମିଳୁଥିଲା । ପବିତ୍ର ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ଆସିକା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଜଗନ୍ନାଥ ମନ୍ଦିର ଗୁଡିକ ନିକଟରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଷାଢ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଉଣୀ ଓ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଆଡପ ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ । ଦାରୁବିଗ୍ରହମାନେ ଯାତ୍ରା ସାରି ଆଡପ ମଣ୍ଡପରୁ ନିଜସ୍ୱ ମନ୍ଦିର ଅଭିମୁଖେ ଶୁକ୍ରବାର ବାହୁଡା ଯାତ୍ରାରେ ବାହାରିଥିବା ଜଣାପଡିଛିି ।


