ମା’ କାଳୁଆଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ଅନ୍ତର୍ଗତ କୁରୁବୁଲି ଗ୍ରାମରେ ଦୀର୍ଘ ୫ ଦିନ ଧରି ଚାଲିଥିବା ମା’ କାଳୁଆ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଏବଂ ମହାଯଜ୍ଞ ଶୁକ୍ରବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଗାଁ ସାରା ସୁସଜ୍ଜିତ ଆଲୋକସଜ୍ଜା ସାଙ୍ଗକୁ ମନ୍ଦିର ପରିସରରେ ନାମ ସଙ୍କୀର୍ତ୍ତନ ଯୋଗୁଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାସହ ସମଗ୍ର ଗାଁ ଉତ୍ସବ ମୁଖର ହୋଇ ପଡ଼ିଥିଲା । ମନ୍ଦିର ପରିସରରେ ଆୟୋଜିତ ମହାଯଜ୍ଞ ରେ ପଣ୍ଡିତ ରାଜେନ୍ଦ୍ର ଦାସ ପୈାରହିତ୍ଯ କରିଥିଲେ।ପୁରୋହିତ ସୁଧାଂଶୁ ଶେଖର କର , ଗୋପୀନାଥ କର , ବିଧାନ କର ଙ୍କ ପୂଜାର୍ଚ୍ଚନା ମନ୍ତ୍ରଧ୍ଵନି ରେ ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା ।ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡିଶା ବିକାଶ ସମିତିର ସଭାପତି ତଥା ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସକ ଡ. ବାଳକୃଷ୍ଣ ପଣ୍ଡା , ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା , ଦିଗପହଣ୍ଡି ସ୍ଥିତ ମା’ ହରିପ୍ରୀୟା ଆଶ୍ରମ ର ମୁଖ୍ୟ ପରିଚାଳକ ଯୋଗୀ ଦେବଦତ୍ତ ମହାରାଜ , ସାକା. ସୁଜିତ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ମହାଯଜ୍ଞ ପରିଚାଳନା କମିଟି ର ସଭାପତି ସିମାଞ୍ଚଳ ଗୈାଡ , ସମ୍ପାଦକ ତଥା ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ ଏବଂ କୁରୁବୁଲି ଗ୍ରାମବାସୀଙ୍କ ସହଯୋଗରେ ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ , ସମିତି ସଭ୍ୟ ଲଡୁ କିଶୋର ପାତ୍ର , ଖମାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ପୂର୍ବତନ ସରପଞ୍ଚ କୀର୍ତ୍ତୀଚନ୍ଦ୍ର ଗୈାଡ , ଶିବ ମହାଙ୍କୁଡ , ଭଗବାନ ଗୌଡ଼ , ଡାକ ଗୈାଡ , ସୁଶାନ୍ତ ପାଇକ , ସିମାଞ୍ଚଳ ପ୍ରଧାନ ସମେତ ମହାଯଜ୍ଞ ପରିଚାଳନା କମିଟି କର୍ମକର୍ତ୍ତା , ଗ୍ରାମ୍ୟ ଯୁବକ ସଂଘ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।


