ଆଇସିଏସ୍ଇ ଦଶମ ପରୀକ୍ଷା: ରାୟଗଡାର ଉଦୟ କୁମାର କୋରାପୁଟ ଜିଲ୍ଲା ଟପର୍
ଗୁଣପୁର,(ୱାଇଏନଏସ): ଆଇସିଏସ୍ଇ ଦଶମ ପରୀକ୍ଷାରେ ରାୟଗଡାର ଏ ଉଦୟ କୁମାର ଅଭିବକ୍ତ କୋରାପୁଟ ଜିଲ୍ଲା ଟପ୍ପର ହୋଇଛନ୍ତି । ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ରାୟଗଡାସ୍ଥିତ ଦୀପ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଉଦୟ ୯୯.୦୨ ପ୍ରତିଶତ ମାର୍କ ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଉଦୟ ହେଉଛନ୍ତି ଠିକାଦାର ଏ ଶଙ୍କର ରାଓ ଏବଂ ଏ ୱାରା ଲକ୍ଷ୍ମୀଙ୍କ ପୁଅ। ଉଦୟଙ୍କ ଏହି ସଫଳତା ପାଇଁ ତାଙ୍କ ବାପା ମା ଦୀପ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


