ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସଦର ମହକୁମାସ୍ଥିତ ମହତାବ ସରକାରୀ ଉପ୍ରା(ମଇ) ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁକ୍ତିକାନ୍ତ ସାହୁ(୭୫)ଙ୍କର ଗତ ସୋମବାର ରାତି ପ୍ରାୟ ୧ଟା ସମୟରେ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ କିଡନୀ ଜନିତ ରୋଗରେ ପିଡିତ ଥାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରୋଇ ଚିକିତ୍ସାରେ ଥିଲେ । ପ୍ରାୟ ୪ ଦିନ ତଳେ ସେ ରାୟଗଡା ଠାରେ ଚାକିରୀ କରିଥିବା ନିଜ ଝିଅ ପାଖକୁ ବୁଲିବାକୁ ଯାଇଥିଲେ । ଗତ ସୋମବାର ଦିନ ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମରଶରୀର ନିଜ ଜନ୍ମସ୍ଥାନ ବନ୍ତ ବ୍ଲକ ସଦର ମହକୁମାରେ ପହଞ୍ôଚବା ପରେ ଏକ ଶୋକାକୂଳ ପରିବେଶରେ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡ ପୁଅ ତଥା ସେନା କର୍ମଚାରୀ ଅମିତାଭ ସାହୁ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପାଇ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ନବ ନିର୍ମାଣ କୃଷକ ସଂଗଠନର ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସ୍ଥାନୀୟ ସରପଞ୍ଚ ମାନସୀରାଣୀ ରାଉତ, ସମିତି ସଭ୍ୟ ପରମେଶ୍ୱର ବାରିକ, ସମାଜସେବୀ ବସନ୍ତ କୁମାର କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରିବା ପରେ ଚାକିରୀ ଜୀବନରୁ ଅବସର ନେବା ପରେ ବହୁ ସାମାଜିକ ସଂଗଠନ ସହିତ ଜଡିତ ଥିଲେ । ସେ ଜଣେ ପରୋପକାରୀ, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


