ଲ୍ୟାମ୍ପ୍ସରେ ଏମଡିଙ୍କ ଦୁର୍ନୀତି ପ୍ରସଙ୍ଗ: ଭିଜିଲାନ୍ସ ତଦନ୍ତ ଦାବିକଲେ ଅଞ୍ଚଳବାସୀ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ )ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପସ୍ରେ ହୋଇଥିବା ଆର୍ଥିକ ଅନିୟମିତତା ଓ ଦୁର୍ନୀତିର ତଦନ୍ତ କରିଵା ପାଇଁ ଅପେକ୍ଷା ଲାରିଛି ଭିଜିଲାନ୍ସ। ସମସ୍ତ ତଥ୍ୟ ଏକଜୁଟ କରି ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିବାକୁ ଜିଲ୍ଲା ସହକାରୀ ସମବାୟ ନିବନ୍ଧକ ଜନ୍ମେଜୟ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସମବାୟ ସଚିବ ଓ ସମବାୟ ନିବନ୍ଧକ। ନିର୍ଦ୍ଦେଶ ମିଳିବା ପରେ ସହକାରୀ ସମବାୟ ନିବନ୍ଧକ କାର୍ଯ୍ୟାଳୟରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।ଲ୍ୟାମ୍ପସ ସମସ୍ତ କର୍ମଚାରୀ ମାନଙ୍କୁ ରାୟଗଡା ନିଜ କାର୍ଯ୍ୟାଳୟକୁ ଡ଼କାଇ ରୁଦ୍ଧଦ୍ୱାରା ଭିତରେ ରଖି ତନ ତନ କରି ଗୋଟି ଗୋଟି କରି ତଦନ୍ତ କରୁଥିବା ଜଣା ପଡିଛି। ସେହିଭଳି କାଳେ କେମିତି ଦୃର୍ନିତି ଖୋର ପୂର୍ବତନ ଏମଡି ତାରିଣୀ ପ୍ରଶାଦ ତ୍ରିପାଠୀ କେଉଁ ବାଟଦେଇ ଖସିଯିବାର ଯୋଜନା ଚଲାଉଥିବାରୁ ପୁଣି ସମସ୍ତ କାଗଜ ପତ୍ର ଫାଇଲ ଗୁଡା କେସିସି ବ୍ୟାଙ୍କ ବିଏମ ଓ ଡ଼ିଆରସିଏସ ଖୋଳ ତାଡ଼ କରୁଥିବାରୁ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଜଣା ପଡିବ। ସମ୍ପୂର୍ଣ ତଥ୍ୟ ଦେବାକୁ ସଚିବଙ୍କ ନିର୍ଦ୍ଦେଶ କଲ୍ୟାଣସିଂହପୁର ଲ୍ୟାମ୍ପ୍ସରେ ଚାଷୀଙ୍କ ଟଙ୍କା ହଡ଼ପ ହୋଇଛି। ସହକାରୀ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ୬୦ ନମ୍ବର ୫୨୫ ଅନୁଯାୟୀ ୭୫ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଜଣାପଡ଼ିଛି। ସ୍ବତନ୍ତ୍ର ଅଡିଟ୍ ପରେ ଏହାର ପରିମାଣ ବଢ଼ିବା ଆଶଙ୍କା କରାଯାଉଛି। ଏପଟେ ଭିଜିଲାନ୍ସ ତଦନ୍ତ ହେଲେ ଯେଉଁ ଦିଗ ବିଭାଗ ତଦନ୍ତ କରି ନାହିଁ ତାହା ମଧ୍ୟ ହେବ। ଖୋଦ୍ ଲ୍ୟାମ୍ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀ ଭିତରେ ଭିଜିଲାନ୍ସ ତଦନ୍ତକଲେ
ଏହି ଟଙ୍କା ହଡ଼ପ କରିଥିବା ସ୍ପଷ୍ଟ ହୋଇଛି।ଏମିତିଙ୍କ ତାରିଣୀ ତ୍ରିପାଠୀଙ୍କ ପାଖରେ ସୁରକ୍ଷା ଦେଉଥିବା କିଛି ବ୍ୟକ୍ତି କୁଆଡେ ମନ୍ତ୍ରୀ ନେତାଙ୍କ ପାଖାପାଖି ହେବାକୁ ଚେଷ୍ଟା କରୁଥିବା ଅଞ୍ଚଳରେ ଆଲୋଚନା ହେଉଛି। ୩୩ ଜଣ ଚାଷୀଙ୍କ ନାଁରେ ୨୮ ଲକ୍ଷ ୨୯ ହଜାର ୮୯ ଟଙ୍କା ତୋଷାରପାତ କରିଥିବା ତଦନ୍ତରୁ ଜଣାପଡ଼ିଛି। ଜମାକାରୀଙ୍କ ଅଜାଣତରେ ସେମାନଙ୍କ ଜମାଖାତାରୁ ଟଙ୍କା ଉଠାଇ ହଡ଼ପ କରିଥିବା ରିପୋର୍ଟରେ ଉଲ୍ଲେଖ କଖିଛନ୍ତି ସହକାରୀ ନିବନ୍ଧକ। କ୍ୟାସ୍ବୁକ୍ ଓ ଲେଜର୍ରେ ମଧ୍ୟ ତଥ୍ୟ ମେଳ ଖାଉ ନ ଥୁବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୫ ଜୁନ୍ ୩୦ ତାରିଖରେ ସନ୍ଦେହଜନକ କାରବାର କ୍ୟାସ୍ବୁକ୍ରେ ହୋଇଛି। ଶ୍ରୀ ତ୍ରିପାଠୀ ମିନିବ୍ୟାଙ୍କ ଆକାଉଣ୍ଟ୍ରୁ ୨୮ ଲକ୍ଷ ୨୯ ହଜାର, ଭାଇଙ୍କ ନାଁରେ ୧୪ ଲକ୍ଷ ୨୧ ହଜାର, ବାପାଙ୍କ ନାଁରେ ୩ ଲକ୍ଷ ୭୫ ହଜାର, ସ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ୬ ଲକ୍ଷ ୬୫ ହଜାର ଏବଂ ନିଜ ନାମରେ ଅଲଗା ୨୨ ଲକ୍ଷ ଟଙ୍କା ବେଆଇନ ଭାବେ ହଡ଼ପ କରିଥିବା ତଦନ୍ତବେଳେ ସାମ୍ନାକୁ ଆସିଛି। ହିସାବରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ୍ ଜମାଖାତାରୁ ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଛି। ଅନିୟମିତତା ପରିମାଣ ଆହୁରି ଅଧୂକ ରହିଥିବା ସମବାୟ ବିଭାଗ ସନ୍ଦେହ କରୁଛି। ତେଣୁ ୫ ବର୍ଷର ସ୍ବତନ୍ତ୍ର ଅଡିଟ୍ କରିବା ପାଇଁ ସହକାରୀ ସମବାୟ ନିବନ୍ଧକ ଜନ୍ମେଜୟ ମହାପାତ୍ର ସୁପାରିସ୍ କରିଛନ୍ତି। ନିଜର ତଦନ୍ତ ରିପୋର୍ଟ ସରକାରଙ୍କୁ ଦାଖଲ କରିଛନ୍ତି। ଲ୍ୟାମ୍ପ୍ ପରିଚାଳନା କମିଟି ସ୍ବତନ୍ତ୍ର ଅଡିଟ୍ ଶୀଘ୍ର ଯଦି ନ କରିବେ ତେବେ ବିଭାଗ ନିଜ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବିଷମକଟକ ବିଧାୟକ ନୀଳମାଧବ ହିକକା ଭିଜିଲାନ୍ସ ତଦନ୍ତ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।


