ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ସଭା
ବନ୍ତ (ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ମୁକ୍ତିକାନ୍ତ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳୀ କରଶର୍ମା, ବିଜେଡିର ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ବନ୍ତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ସମାଜସେବୀ ତ୍ରିଲୋଚନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ଜେନା, ଜଗନ୍ନାଥ ପାତ୍ର, ରୋହିତ କୁମାର ଜେନା, ସେକ୍ ୟାକତ୍ ଅଲ୍ଲୀ, ବାବାଜି ଚରଣ ଦଳେଇ, ଅଜୟ କୁମାର ପୃଷ୍ଟି, ଭାସ୍କର ଚନ୍ଦ୍ର ପାଢୀ, ସୁଧାଂଶୁ ଦକ୍ଷିଣ ରାୟ, ଉପେନ୍ଦ୍ର କୁମାର ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ପଣ୍ଡା, ଅଖିଳ କୁମାର ଭାଟ୍ଟରାୟ, ଅଜୟ କୁମାର ନାୟକ, ଗୟାଧର ଦାସ, ନରହରି ଜେନା, ପ୍ରକାଶ ଚନ୍ଦ୍ର ସାହୁ, ମାଧବାନନ୍ଦ ଦାସ, ରତ୍ନାକର ଦାଶ, ପଦ୍ମଲାଭ ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁ ଏକାଧାରରେ ଜଣେ ଶିକ୍ଷାବିତ୍, କ୍ରୀଡାବିତ୍, ଅନୁଷ୍ଠାନପ୍ରେମୀ ଓ ସମାଜସେବୀ ଥିଲେ । ତାଙ୍କ ଉଦ୍ୟମରେ ବନ୍ତ ଅଞ୍ଚଳରେ ବହୁବିଧ ଉନ୍ନତି ସାଧନ ହୋଇ ପାରିଥିଲା । ସେ ବନ୍ତ ସଦର ମହକୁମାସ୍ଥିତ ମହତାବ ମଇ ବିଦ୍ୟାଳୟରେ ଦୀର୍ଘ ୩୧ ବର୍ଷ ଶିକ୍ଷକତା କରି ୨୦୧୧ ମସିହାରେ ଅବସର ଗ୍ରହଣ କରିଥିଲେ । ସେ ଶାନ୍ତି ୟୁଥ୍ ଆସୋସିଏସନର ପ୍ରତିଷ୍ଠାତା ସଦସ୍ୟ, ବନ୍ତ ହାଇସ୍କୁଲ ପରିଚାଳନା କମିଟିର ପୂର୍ବତନ ସଭାପତି, କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପୂର୍ବତନ ଉପସଭାପତି, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଦସ୍ୟ, ବନ୍ତ ଦୁର୍ଗା ପୂଜା କମିଟିର ପୂର୍ବତନ ସମ୍ପାଦକ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ସମ୍ପାଦନ କରିଥିବା ଅତିଥି ମାନେ କହିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ଜେନା ମଞ୍ଚ ସଂଯୋଜନା ଓ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟ


