ମିଡିଆ ଫୋରମର ଦ୍ୱିବାର୍ଷିକ ନିର୍ବାଚନ: ସୁନୀଲ ବିଶ୍ୱାଳ ସଭାପତି, ରମେଶ ଚନ୍ଦ୍ର ପ୍ରଧାନ ସାଧାରଣ ସମ୍ପାଦକ
କନ୍ଧମାଳ : କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦ୍ୱିବାର୍ଷିକ ନିର୍ବାଚନ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଛି। ଉପସ୍ଥିତ ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଛି। ସଭାପତି ପଦ ପାଇଁ ସୁନୀଲ ବିଶ୍ୱାଳଙ୍କ ନାମ ଶିବାନନ୍ଦ ପଟ୍ଟନାୟକ ପ୍ରସ୍ତାବ କରିଥିବା ବେଳେ ଶିବରାମ ନାୟକ ଏହାକୁ ସମର୍ଥନ କରିଥିଲେ। ଉପସଭାପତି ପଦ ପାଇଁ ବାଳକୃଷ୍ଣ ଚର୍ଚ୍ଚିଙ୍କ ନାମ ସୂର୍ଯ୍ୟ ନାରାୟଣ ବେହେରା ପ୍ରସ୍ତାବ କରିଥିବା ବେଳେ ଅଜିତ ମହାରଣା ସମର୍ଥନ କରିଥିଲେ। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ରମେଶ ଚନ୍ଦ୍ର ପ୍ରଧାନଙ୍କ ନାମ ପ୍ରଶାନ୍ତ ପଣ୍ଡା ପ୍ରସ୍ତାବ କରିଥିବା ବେଳେ ବାଳକୃଷ୍ଣ ଚର୍ଚ୍ଚି ସମର୍ଥନ କରିଥିଲେ। ଯୁଗ୍ମ ସମ୍ପାଦକ ଭାବେ କ୍ଷୀରୋଦ ସାହାଣୀଙ୍କୁ ରମେଶ ଚନ୍ଦ୍ର ପ୍ରଧାନ ପ୍ରସ୍ତାବ ଓ ସତ୍ୟ ବେହେରା ସମର୍ଥନ କରିଥିଲେ। କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନାମ ସୁନୀଲ ବିଶ୍ୱାଳ ପ୍ରସ୍ତାବ କରିଥିବା ବେଳେ ତ୍ରିନାଥ ସାହୁ ସମର୍ଥନ କରିଥିଲେ। ଏଥିସହିତ ସଂଘର ଆଇନ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ ଚୟନ କରାଯାଇଛି।ଏହି ସର୍ବସମ୍ମତି ନିର୍ବାଚନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ ଏବଂ ସହନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ। ନବନିର୍ବାଚିତ କର୍ମକର୍ତ୍ତାମାନେ ସାମ୍ବାଦିକମାନଙ୍କ ଏକତା, ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ଜିଲ୍ଲାର ବିଭିନ୍ନ ଜନସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ଦିଗରେ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ମତ ପ୍ରକାଶ କରିଥିଲେ। ନିର୍ବାଚନ କାର୍ଯ୍ୟକ୍ରମରେ ପୂର୍ବତନ ଉପଦେଷ୍ଟା ଶିବାନନ୍ଦ ପଟ୍ଟନାୟକ, ତ୍ରିନାଥ ସାହୁ, ଅଜିତ ମହାରଣା, ପୂର୍ବତନ ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ସମ୍ପାଦକ ଶିବ ବିଶ୍ୱାଳ, ଅଶୋକ ପରିଡ଼ା, ସନ୍ତୋଷ ଦିଗାଲ, ବିମଳ ନାୟକ, ବ୍ରଜମୋହନ ନାୟକ, ପ୍ରଶାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସମେତ ସଂଘର ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।


