ମାତେଶ୍ୱରୀଙ୍କ ସ୍ମୃତି ଦିବସ

ଆସିକା (ୱାଇଏନ୍‍ଏସ୍‍): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ପରିସରରେ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା କରୁଣାମୟୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୧ତମ ଅବ୍ୟକ୍ତ ସ୍ମୃତି ଦିବସ ବୁଧବାର ପାଳିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ସ୍ମୃତିଚାରଣ କରିବା ସହିତ ସେ କିପରି ନିଜର ଈଶ୍ୱର ପ୍ରେମ ତଥା ବିଶ୍ୱାସ ବଳରେ ସାରା ବିଶ୍ୱରେ ନାରୀ ଶକ୍ତିକୁ ଜାଗ୍ରତ କରି ସଶକ୍ତ କରିବା ତଥା ପରମାତ୍ମାଙ୍କ ଦୈବୀ ସାମ୍ରଜ୍ୟ ସ୍ଥାପନାକ ଲକ୍ଷ୍ୟକୁ ସାକାର କରିବା ଦଗିରେ ପ୍ରୟାସ କରି ଆଜି ସାରା ବିଶ୍ୱର ୧୪୦ଟି ଦେଶରେ ଆଧ୍ୟାତ୍ମିକ କ୍ରାନ୍ତି ସୃଷ୍ଟି କରି ଶାନ୍ତି ମୈତ୍ରୀର ସନ୍ଦେଶ ପ୍ରଦାନ କରିବା ଦିଗରେ ଏକକ ଓ ଅଦ୍ୱିତୀୟ ଅନୁଷ୍ଠାନ ରୂପେ ପ୍ରସିଦ୍ଧି ଲାଭ କରିଥିଲେ ତାହାରି ଉପରେ ଆଲୋକପାତ କରିଥିଲେ । ଏହି ଅବ୍ୟକ୍ତ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ କରୁଣାମୟୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କର ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ମହାନ୍‍ ପ୍ରତିଭାସଂପନ୍ନା ଓ ଦିବ୍ୟ ଗୁଣରେ ସୁଶୋଭିତା ମହାନ୍‍ ଆଦର୍ଶ ସ୍ୱରୂପାରାଣୀ ଚିର ନମସ୍ୟା ମାତେଶ୍ୱରୀ ଜଗଦମ୍ବାଙ୍କ ଜ୍ଞାନ, ଯୋଗ, ପବିତ୍ରତା, ସତ୍‍ସଙ୍ଗ, ଭଜନ, କୀର୍ତ୍ତନ, ଗୀତା, ଭାଗବତ ଅଧ୍ୟୟନ ସମେତ ବହୁମୁଖୀ ଅଲୌକିକ ଗୁଣାବଳୀ ଓ ଦିବ୍ୟ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ପ୍ରଧାନ ଡାକଘରର ଭାରପ୍ରାପ୍ତ ଡାକପାଳ ଜୟପ୍ରକାଶ ବିଷୋୟୀ ଏବଂ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗାପ୍ରସାଦ ପଣ୍ଡା ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ୧୯୨୦ ମସିହା ପଞ୍ଜାବର ଅମୃତସର ଠାରେ ଜନ୍ମଗ୍ରହଣ କରିଥିବା କରୁଣାମୟୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀ ୧୯୬୫ ମସିହା ଜୁନ୍‍ ମାସ ୨୪ ତାରିଖରେ ଇହଧାମ ତ୍ୟାଗ କରି ପରମେଶ୍ୱରଙ୍କ ସହ ଏକାତ୍ମ ହୋଇଯାଇଥିଲେ । ତେଣୁ ଏହି ଦିନଟିକୁ ବିଶ୍ୱର ପ୍ରତିଟି ଈଶ୍ୱରୀୟ ସେବା କେନ୍ଦ୍ରରେ ପୂଣ୍ୟ ତିଥି ତଥା ସ୍ମୃତି ଦିବସ ରୂପେ ପାଳନ କରାଯାଇଆସୁଛି । କରୁଣାମୟୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ସ୍ମୃତି ଦିବସ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପରିସରରେ ଏକ ସହଜ ରାଜଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ବୁଲୁ, ସୁନିଲ୍‍, ନିରଞ୍ଜନ, ଲଡୁକିଶୋର, ସରୋଜ, ରମେଶ, ପଞ୍ଚାୟତ୍ରୀ, କାଳୁ, ମଙ୍ଗୁଳୁ, ରାମପ୍ରସାଦ, ସଂଗ୍ରାମ, ବ୍ରହ୍ମାକୁମାରୀ ଭାଗ୍ୟଲତା, ସୁଜ୍ଞାନୀ, ଲୀଲାବତୀ, ନିଶି ପ୍ରମୁଖ ସହଯୋଗ କରିଥିବା ବେଳେ ସହରର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକଙ୍କ ସମେତ କବିସୂର୍ଯ୍ୟନଗର ଓ ଧରାକୋଟ ଏବଂ ପାଟପୁର ସମେତ ଆଖପାଖ ଉପସେବାକେନ୍ଦ୍ରର ବହୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ