ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) : ଓଡିଶା ସରକାରଙ୍କ ସଫଳତାର ଦୁଇ ବର୍ଷ ପୁର୍ତ୍ତି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ତାଲୁକା ଛକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଚାଲିଥିବା ଆସିକା ବ୍ଳକସ୍ତରୀୟ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଓ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଆଲୋକପାତ କରି ମହିଳା ସଶକ୍ତିକରଣ କ୍ଷେତ୍ରରେ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା, ମୁଖ୍ୟମନ୍ତ୍ରୀ ସଂପୁର୍ଣ୍ଣ ପୁଷ୍ଟି ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଏକିକୃତ ଯୋଜନା, ଲକ୍ଷ୍ୟପତି ଦିଦି ଯୋଜନା, ଆୟୁଷ୍ମାନ୍ ଭାରତ ଯୋଜନା, ଦକ୍ଷତା ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୁଷ୍ଟି ଯୋଜନା, ପିଏମ୍ଶ୍ରୀ ହାଇସ୍କୁଲ, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ସିଏମ୍ କିଶାନ ଯୋଜନା, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ସମୃଦ୍ଧ କୃଷକ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ବିକାଶମୂଳକ ଯୋଜନାର ସଫଳତା ଉପରେ ଗୁରୁତ୍ୱାରୋପ କରି ଆଗାମୀ ୨୦୩୬ ମସିହା ସୁଦ୍ଧା ବିକଶିତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଥିଲା ବେଳେ ଗତ ୨ ବର୍ଷ ମଧ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗ୍ରାମୀଣ ସଡକ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ଜନମଙ୍ଗଳକାରୀ ପଦକ୍ଷେପ ଗ୍ରହଣ କରାଯାଇସାରିଛି ବୋଲି ପ୍ରକାଶ କରିଥିଲେ । ଆସିକାରେ ଅନୁଷ୍ଠିତ ବ୍ଳକସ୍ତରୀୟ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଅମରେଶ୍ ସାବତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରା, ସମନ୍ୱିତ ଶିଶୁବିକାଶ ଅଧିକାରିଣୀ ଶାନ୍ତିକରସୁଧା ପଟ୍ଟନାୟକ, ଯୋଗାଣ ନୀରିକ୍ଷକ ସର୍ମିଷ୍ଟା ଦଳବେହେରାଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସସେବୀ ନିରଞ୍ଜନ ମହାନ୍ତି, ବିଜୟ କୁମାର ସ୍ୱାଇଁ, ନାରାୟଣ ସ୍ୱାଇଁ, ଦୈତାରୀ ବେହେରା, ବିଜୟ କୁମାର ନାହାକଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଓଡିଶା ସରକାରଙ୍କ ସଫଳତାର ଦୁଇ ବର୍ଷ ପୁର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ଆସିକା ବ୍ଳକସ୍ତରୀୟ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ୩୦ ଜଣ ବାସହୀନ ପରିବାରବର୍ଗଙ୍କୁ ପଟ୍ଟା ବଣ୍ଟନ, ୩୦ଟି ଲକ୍ଷପତି ଦିଦି ମହିଳା ଗୋଷ୍ଠୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା, ୩୫ ଜଣ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ, ମୁଖ୍ୟମନ୍ତ୍ରୀ ଅନ୍ନପୁଷ୍ଟି ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ବ୍ଳକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତାଲୁକା ଛକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସିଡିପିଓ କାର୍ଯ୍ୟାଳୟର ବିପିସି କିରଣ କୁମାର ସାହୁ, ଆସିକା ବ୍ଳକ କର୍ମଚାରୀ ସୁନିଲ୍ କୁମାର ମିଶ୍ର, ଦେବେନ୍ଦ୍ର ପାତ୍ର, ପ୍ରିୟମ୍ବଦା କହଁର, ବାବୁରାମ ନାୟକ, ଅନିତା ମହାରଣା, ପରମେଶ୍ୱର ମଲିକ, କୃôଷ୍ଣ ପାତ୍ର, ସୁକାନ୍ତ କୁମାର ନାୟକ, ସୁଶାନ୍ତ କୁମାର ଭୂୟାଁ, ସୌଭାଗ୍ୟ ମହାପାତ୍ର, ବିଭୁପ୍ରସାଦ ଦାଶ, ଗୌରହର ପୋଲାଇ, ଗଗନ ପ୍ରଧାନ, ସଂଜୟ ପ୍ରଧାନ, ବିଦ୍ୟାଧର ସେଠୀଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


