ପୂର୍ବତନ ମତ୍ତ୍ୱଲ୍ଲି ସୟଦ ଗୋଲାମ ମହମ୍ମଦଙ୍କ ଦେହାନ୍ତର ଅର୍ଦ୍ଧ ବାର୍ଷିକ ଉତ୍ସବ

ଧାମନଗର (ଓ୍ବାଇଏନଏସ): ଧାମନଗର ଖାନକା ସରିଫ୍ ପୀରବାବା ହଜରତ ମୁଜାହିଦ୍-ଏ-ମିଲ୍ଲତଙ୍କ ବଡ଼ ନାତି ଆଲହାଜ ସୟଦ ଗୋଲାମ ମହମ୍ମଦ ହବିବି ପୂର୍ବତନ ମତ୍ତ୍ୱଲ୍ଲି ଓ ସଜ୍ଜାଦା ନସିନ୍ ଖାନକା ସରିଫ ଧାମନଗରଙ୍କ ଦେହାନ୍ତର ଅର୍ଦ୍ଧ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ମଙ୍ଗଳବାର ପାଳନ କରାଯାଇଛି। ପୂର୍ବତନ ମତ୍ତ୍ୱଲ୍ଲି ବାବାଙ୍କ ପୁଅ ବର୍ତ୍ତମାନ ମତ୍ତ୍ୱଲ୍ଲି ଓ ସଜ୍ଜାଦା ନସିନ୍ ଖାନକା ସରିଫ ଧାମନଗର ସୟଦ ହବିବ ରଜା ହବିବିଙ୍କ ତତ୍ତ୍ଵାବଧାନରେ ବାବାଙ୍କ ବାସଭବନ ଠାରେ ଦେହାନ୍ତର ଅର୍ଦ୍ଧ ବାର୍ଷିକ ଉତ୍ସବ ପାଳନ ସହିତ ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଠାରେ ଫାତେହା ପରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ଲଙ୍ଗର ବଣ୍ଟନ କରାଯାଇଥିଲା। ବାବାଙ୍କ ଉଦ୍ଦେଶ୍ୟରେ ମୋଲବି,ମୌଲାନା, କବି,ସାଏର ମାନଙ୍କ ଦ୍ୱାରା ଜଲସା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସୟଦ ଫାରୁକ ରଜା ହବିବି,ଏମଡି ଇସ୍ରାଇଲ ହବିବି,ସୟଦ ମୁସ୍ତାଫା ରଜା ହବିବି,ସୟଦ ହସ୍ନେନ ରଜା ହବିବି,ସେକ ଗୋଲାମ ଅଲ୍ଲୀ ହବିବି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ପୂର୍ବତନ ମତ୍ତ୍ୱଲ୍ଲି ବାବାଙ୍କ ସାନ ଭାଇ ଆଲହାଜ ସୟଦ ଗୋଲାମ ଅହେମ୍ମଦ ହବିବିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଖାନକା ସରିଫ ପରିସରରେ ଅର୍ଦ୍ଧ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା। ଧାମନଗର ଏନ ଏ ସି ଏବଂ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇଥିବା ବେଳେ ଖାନକା ସରିଫ ଭିତରେ ଏବଂ ବାହାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଖାକସାରାନେ ହାକ ମାନଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।ଭଦ୍ରକ,ପଡୋଶୀ ଜିଲ୍ଲା ଯାଜପୁର, କେନ୍ଦ୍ରାପଡା,ବାଲେଶ୍ବର,ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ବିଭିନ୍ନ ରାଜ୍ୟରୁ ହଜାର ହଜାର ପୀରବାବାଙ୍କ ଭକ୍ତ ଓ ଶ୍ରଦ୍ଧାଳୁ ଧାମନଗର ଖାନକା ସରିଫ ଠାରେ ପହଞ୍ଚି ଚାଦର ଓ ପୁଲ ଚଢାଇ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସନ୍ଧ୍ୟାରେ ଅସ୍ଥାୟୀ କମିଟି ତରଫରୁ ସମସ୍ତଙ୍କ ପାଇଁ ଲଙ୍ଗର ବଣ୍ଟନ କରାଯାଇଥିଲା। ଏହି ଅବସରରେ ରାତିରେ ଜଲସା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ଜଲସା କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଆସିଥିବା ମୌଲବି, ମୌଲାନା,କବି ଓ ସାଏର ପ୍ରମୁଖ ଯୋଗ ଦେଇ ପୂର୍ବତନ ମତ୍ତ୍ୱଲ୍ଲି ବାବାଙ୍କ କାର୍ଯ୍ୟ ଦକ୍ଷତା ଓ ତାଙ୍କ ଲୋକଙ୍କ ସହିତ ସୁସମ୍ପର୍କ ଏବଂ ତାଙ୍କ ଜୀବନି ଉପରେ ଜଲସାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏମଡି ଫଜଲେ ବାରି,ଏମଡି ଜୟନୁଲ ଆବେଦିନ,ଏମଡ ଇସ୍ଲାମୁଦ୍ଦିନ,ସେକ ହଲିମ (କାନୁ),ସେକ କଲ୍ଲୋ,ସେକ ମୋହିଉଦ୍ଦିନ,ସେକ ଇବ୍ରାହିମ (ହାତୀ)ମୀର ନୁର ମହମ୍ମଦ, ମୀର ନୁରୁଲ ଇସଲାମ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ