ଏସ୍‌ସିବି ପରିସରରେ ଅଘଟଣ: ପାଣି ଟାଙ୍କିରୁ ଡେଇଁ ଯୁବକ ଗୁରୁତର

କଟକ,(ଓ୍ବାଇଏନଏସ): କଟକ ବଡ଼ ମେଡିକାଲ ତଥା ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ହସ୍ପିଟାଲ ପରିସରରେ ଥିବା ଏକ ପାଣି ଟାଙ୍କି ଉପରକୁ ଚଢ଼ିଥିବା ଜଣେ ଯୁବକ ତଳକୁ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ତାଙ୍କୁ ତୁରନ୍ତ ଏସ୍‌ସିବିର କାଜୁଆଲିଟି ବିଭାଗକୁ ନିଆଯାଇ ଚିକିତ୍ସା କରାଯାଇଛି। ସୂଚନା ଅନୁଯାୟୀ, ଯୁବକ ଜଣକ ଦୀର୍ଘ ସମୟ ଧରି ପାଣି ଟାଙ୍କି ଉପରେ ରହିଥିଲେ। ତାଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ହସ୍ପିଟାଲ କର୍ମଚାରୀ ଓ ଅନ୍ୟମାନେ ଉଦ୍ୟମ କରୁଥିବା ବେଳେ ସେ ହଠାତ୍ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଆହତ ଯୁବକଙ୍କ ନାମ ରାଜେଶ ପରିଡ଼ା ଏବଂ ତାଙ୍କ ଘର ଯାଜପୁର ଟାଉନ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ପୂର୍ବରୁ ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ଥିବା ନେଇ ସୂଚନା ମିଳିଛି। ତେବେ ସେ କେଉଁ ପରିସ୍ଥିତିରେ ପାଣି ଟାଙ୍କି ଉପରକୁ ଚଢ଼ିଥିଲେ ଏବଂ ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।ଘଟଣା ପରେ ଏସ୍‌ସିବି ପରିସରରେ କିଛି ସମୟ ପାଇଁ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ