ବିଜେପିରେ ମିଶିଲେ ୫୦ରୁ ଉର୍ଦ୍ଧ କର୍ମୀ

ହାଟଡିହି (ଓ୍ବାଇଏନଏସ): ପାଞ୍ଚୟତ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ହାଟଡିହି ବ୍ଲକରେ ରାଜନୀତି ସେତିକି ଉଷ୍ଣ ହେଉଛି। ବିଶେଷ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି କିପରି ବାଜିମାତ କରିବ ସେଥିପାଇଁ ତୃଣମୂଳ ସ୍ତରରୁ  ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଚଳାଇଛି। ଗତ ମେ ମାସ ୨୨ ତାରିଖରେ ହାଟଡିହି ଠାରେ ୫୦୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀଙ୍କୁ ବିଜେପିରେ ସାମିଲ କରାଇଥିବା ବେଳେ ଆଜି ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ଆଜି ଏକ ମିଶ୍ରଣ ପର୍ବକରି  ସମଣା ପଞ୍ଚାୟତ ଆଗିରିଆ ଗ୍ରାମର ଜନାର୍ଦନ ରାଉତ, ଭୀମସେନ ଜେନା, ମଧୁସୂଦନ ଦାସ, ସୁଶାନ୍ତ ଜେନା, ଦୀପକ୍ ଜେନା, ସୁରେନ୍ଦ୍ର ଜେନା, ରାଧାନାଥ  ଜେନା ,ଗଙ୍ଗାଧର ଜେନା, ବନମାଳୀ ନାୟକ, ଶତ୍ରୁଘ୍ନ ଜେନା, ମହେନ୍ଦ୍ର ଜେନା, ନାରାୟଣ ଜେନା, ମଦନ ମୋହନ ରାଉତ, ମାଧବ ଜେନା,  ଅମୂଲ୍ୟ ଯେନା, ଅଶୋକ ଯେନା, ଗୋପବନ୍ଧୁ ଯେନା, କେଶବ ଯେନାଙ୍କ ସମେତ  ୫୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀଙ୍କୁ ବିଜେପିରେ ସାମିଲ କରିଛି।  ଏହି ମିଶ୍ରଣ ପର୍ବରେ ବିଜେପି ନେତା ସୁଶାନ୍ତ ଜେନା, ପଞ୍ଚାୟତ ସଭାପତି ରତ୍ନାକର କବି, ନିରାକାର ସ୍ୱାଇଁ , ଶଶୀକାନ୍ତ ରାଉତ, ଦୀପକ ରାଉତ, ଭୀମସେନ ପେରେଇ ପ୍ରମୁଖ ଉପସ୍ଥିତ ରହି ନବାଗତ ମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୋହନ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ