ଆଇସିଏସଆଇର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଆୟୋଜିତ

କୋଣାର୍କ (ଓ୍ବାଇଏନଏସ): ଦ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ୍ ଅଫ୍ ଇଣ୍ଡିଆ (ICSI)ର ପୂର୍ବ ଭାରତୀୟ ଆଞ୍ଚଳିକ ପରିଷଦ (EIRC) ଅଧୀନ ଭୁବନେଶ୍ୱର ଚାପ୍ଟର ପକ୍ଷରୁ  ପୁରୀଠାରେ ଓଡ଼ିଶାର ୩ୟ ସିଏସ୍ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀ ରେ  ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଆଇନ କମିଶନର ସମ୍ମାନନୀୟ ସଦସ୍ୟ ପ୍ରଫେସର ଡାଃ ଲଳିତ କୁମାର ଦେବ ଓ ବିଶେଷ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ପୁରୀର କୁଳପତି ପ୍ରଫେସର ଡଃ ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇଥିଲେ।’ପ୍ରାଧାନ୍ୟମ୍ – ଟ୍ରାନ୍ସେଣ୍ଡିଂ କମ୍ପ୍ଲାଏନ୍ସ, ଏମ୍ପାୱାରିଂ ଲିଡର୍‌ସିପ୍’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟରୁ ପ୍ରାୟ ୧୫୦ ଜଣ ପ୍ରତିନିଧି, ବୃତ୍ତିଜୀବୀ ଏବଂ କର୍ପୋରେଟ୍ ଏକ୍ସିକ୍ୟୁଟିଭ୍ ଅଂଶଗ୍ରହଣ କରିଥିଲେ।କମ୍ପାନୀ ଆଇନ, କମ୍ପ୍ଲାଏନ୍ସ, ଆର୍ଥିକ ରିପୋର୍ଟିଂ ଓ ଜେନ୍-ଏଆଇର ବ୍ୟବହାର ଉପରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଆଇସିଏସ୍ଆଇ କାଉନସିଲ୍ ସଦସ୍ୟ ସିଏସ୍ ସନ୍ଦୀପ କୁମାର କେଜ୍ରିୱାଲ, ସିଏସ୍ ରୂପଞ୍ଜନା ଦେ, ଇଆଇଆର୍ସିର ପୂର୍ବତନ ଅଧ୍ୟକ୍ଷ ସିଏସ୍ ସୌମ୍ୟ ସୁଜିତ ମିଶ୍ର, ଅଧ୍ୟକ୍ଷ ସିଏସ୍ ଶ୍ରୀମନ୍ତ ବାବୁ ଓ ସମ୍ପାଦକ ସିଏସ୍ ନୀଳକଣ୍ଠ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ମିଳନୀ ସଫଳତାର ସହ ସମାପ୍ତ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ