ଝିଅ ମୃତ୍ୟୁର ୨୪ ଘଣ୍ଟା ନ ବିତୁଣୁ ମାଆର ମୃତ୍ୟୁ!

ଆସିକା  (ୱାଇଏନ୍‍ଏସ୍‍): ସତରେ ଦଇବ କେଡେ ନିଷ୍ଠୁର । ଏକମାତ୍ର ଅଲିଅଳି ଦୃଷ୍ଟିବାଧିତ ଝିଅର ମୃତ୍ୟୁର ୨୪ ଘଣ୍ଟା ନ ବିତୁଣୁ ଜନ୍ମଦାତ୍ରୀ ମାଆ ଆରପାରିକୁ ଚାଲିଯିବା ଘଟଣା ଯେତିକି ଦୁଃଖଦାୟକ ତା ଠାରୁ ଅଧିକ ହୃଦୟବିଦାରକ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ମୃତ୍ୟୁ କାହାକୁ କେତେବେଳେ କେଉଁ ସମୟରେ କୋଳେଇ ନେବ ତାହା କହିବା କାଠିକର ପାଠ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆସିକା ସହରର ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗର ଅଞ୍ଚଳରେ । ଆସିକା ସହରର ଜଣାଶୁଣା ଶିକ୍ଷାବିତ୍‍ ତଥା ଅବସରପ୍ରାପ୍ତ ଅଧ୍ୟାପକ ଲଡୁକିଶୋର ପାତ୍ର ଏବଂ ତାଙ୍କ ସ୍ତ୍ରୀ ପି.ଅନିତା କୁମାରୀ ପାତ୍ର ଏବଂ ଏକମାତ୍ର ଅଲିଅଳି ଦୃଷ୍ଟିବାଧିତ କନ୍ୟା ଅମ୍ରିତା ପାତ୍ରଙ୍କୁ ନେଇ ତାଙ୍କର ଚାଲିଥିବା ହସଖୁସିର ପରିବାର । ତେବେ କିଏ ଜାଣିଥିଲା ହଠାତ୍‍ ତାଙ୍କ ପରିବାର ଉପରେ ଦୁଃଖର ବାଦଲ୍‍ ମାଡିଆସିବ । ଗତ କିଛି ଦିନ ତଳେ ଅବସରପ୍ରାପ୍ତ ଅଧ୍ୟାପକ ଲଡୁକିଶୋର ପାତ୍ରଙ୍କ ପତ୍ନୀ ପି.ଅନିତା କୁମାରୀ ପାତ୍ର ହଠାତ୍‍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୂବନେଶ୍ୱରର ଏକ ହସପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସେ ସେଠାରେ ଚିକିତ୍ସାଧୀନ ଥିଲା ବେଳେ ଗତ ୧୫ ତାରିଖ ଦିନ ଦୃଷ୍ଟିବାଧିତ କନ୍ୟା ଅମ୍ରିତା ପାତ୍ର ବି କୌଣସି କାରଣରୁ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ତେବେ ଭାଗ୍ୟର ବିଡମ୍ବନା ଦୃଷ୍ଟିବାଧିତ ଅଲିଅଳି କନ୍ୟା ଅମ୍ରିତା ପାତ୍ର ଗତ ୧୫ ତାରିଖ ଦିନ ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲା ବେଳେ ଭୂବନେଶ୍ୱରରେ ଚିକିତ୍ସାଧୀନ ଥିବା ଜନ୍ମଦାତ୍ରୀ ମାଆ ପି.ଅନିତା କୁମାର ପାତ୍ର ଗତକାଲି ଅର୍ଥାତ୍‍ ୧୬ ତାରିଖ ଅପରାହ୍ନରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆସିକା ସହରର ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗର ଅଞ୍ଚଳର ଜଣାଶୁଣା ଶିକ୍ଷାବିତ୍‍ ତଥା ଅବସରପ୍ରାପ୍ତ ଅଧ୍ୟାପକ ଲଡୁକିଶୋର ପାତ୍ରଙ୍କ ପରିବାର ଉପରେ ଦଇବ ଦାରୁଣ ଦୁଃଖ ଦେଇଥିଲା ବେଳେ ମାତ୍ର ୨ ଦିନ ମଧ୍ୟରେ ଝିଅ ଅମ୍ରିତା ପାତ୍ର ଓ ମାଆ ପି.ଅନିତା କୁମାରୀ ପାତ୍ର ଅଫେରା ପଥର ପଥିକ ହୋଇ ଆରପାରିକୁ ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା ବେଳେ ଦଇବ ଏପରି ଦୁଃଖ କାହାକୁ ନଦେଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଦୃଷ୍ଟିବାଧିତା ଝିଅ ଅମ୍ରିତା ପାତ୍ର ଓ ମାଆ ପି.ଅନିତା କୁମାରୀ ପାତ୍ରଙ୍କୁ ପୁରୀ ସ୍ୱର୍ଗଦ୍ୱାରର ଏକ ଶୋକାକୁଳ ପରିବେଶ ମଧ୍ୟରେ ଦୁଇ ଦିନରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ଅବସରପ୍ରାପ୍ତ ଅଧ୍ୟାପକ ଲଡୁକିଶୋର ପାତ୍ରଙ୍କ ଭଣଜା ସିଏଚ୍‍.ରୋନିଟ୍‍ ମୁଖ୍ୟାଗ୍ନି ଦେଇଥିବା ବେଳେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳବାସୀ ଏହି ଦୁଃଖଦ ଘଟଣାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳୁଛି । ଦୁଃଖ ଯେତେବେଳେ ଆସେ ସେତେବେ ସାଙ୍ଗସାଥୀଙ୍କୁ ନେଇ ଆସେ ବୋଲି ଯେଉଁ କଥା କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇଆସିଛି ତାହା ଆସିକା ନିରଞ୍ଜନ ନଗରର ଅବସରପ୍ରାପ୍ତ ଅଧ୍ୟାପକ ତଥା ଶିକ୍ଷାବିତ୍‍ ଲଡୁକିଶୋର ପାତ୍ରଙ୍କ ପରିବାରବର୍ଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଅବସରପ୍ରାପ୍ତ ଅଧ୍ୟାପକ ଲଡୁକିଶୋର ପାତ୍ରଙ୍କ ଏକମାତ୍ର ଅଲିଅଳି ଦୃôଷ୍ଟିବାଧିôତା କନ୍ୟା ଅମ୍ରିତା ପାତ୍ରଙ୍କ ବିବାହ ଉତ୍ସବ ଆସନ୍ତା ୨୬ ତାରିଖରେ ଶେଷ କରିବା ଲାଗି ଲଗ୍ନ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ହଳଦୀକୁଟା କାର୍ଯ୍ୟକ୍ରମ ବି ଶେଷ ହୋଇଥିଲା । ଝିଅ ଅମ୍ରିତା ପାତ୍ରଙ୍କ ବିବାହ ପାଇଁ ପିତା ତଥା ଅବସରପ୍ରାପ୍ତ ଅଧ୍ୟାପକ ଲଡୁକିଶୋର ପାତ୍ର ଯେଉଁସବୁ ସ୍ୱପ୍ନ ଦେଖିଥିଲେ ତାହା ଜୁଇ ନିଆଁରେ ପୋଡି ପାଉଁଶ ହୋଇଯାଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । ଦୃଷ୍ଟିବାଧିତା ଏକମାତ୍ର ଅଲିଅଳି କନ୍ୟା ଅମ୍ରିତା ପାତ୍ରଙ୍କ ଖୁସି ପାଇଁ ପିତା ତଥା ଅବସରପ୍ରାପ୍ତ ଅଧ୍ୟାପକ ଲଡୁକିଶୋର ପାତ୍ର ନିୟମିତ ସେବା କରିଆସୁଥିଲେ । ଆସିକା ସହରର ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗରର ଜଣାଶୁଣା ପରୋପକାରୀ ଆଧ୍ୟାତ୍ମିକପ୍ରେମୀ ମହିଳା ପି.ଅନିତା କୁମାରୀ ପାତ୍ର ଓ ତାଙ୍କର ଏକମାତ୍ର ଅଲିଅଳି ଦୃଷ୍ଟିବାଧିତା କନ୍ୟା ଅମ୍ରିତା ପାତ୍ରଙ୍କ ମାତ୍ର ଦୁଇ ଦିନରେ ଅକାଳ ମୃତ୍ୟୁ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ