ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ
ଆସିକା (ୱାଇଏନ୍ଏସ୍) :ଯାହାଙ୍କ ନାଁ ନେଲେ ସ୍ୱତଃ ମନରେ ଆବେଗ ଚାଲିଆସେ ଓ ବ୍ୟଗ୍ରତା ବଢିଯାଏ, ସେଭଳି ଏକ ବ୍ୟକ୍ତିତ୍ୱ ଥିଲେ ଓଡିଶାର ମୁକୁଟ ବିହୀନ ସମ୍ରାଟ ବିଜୁ ପଟ୍ଟନାୟକ । ସେ ଅନ୍ତରର ସହ ଓଡିଆ ଜାତି ପାଇଁ କାର୍ଯ୍ୟ କରୁଥିଲେ । ତାଙ୍କର ହୃଦୟ ଥିଲା ବିଶାଳ ଓ ବ୍ୟକ୍ତିତ୍ୱ ଥିଲା ମହାନ୍ । ଓଡିଆ ଜାତିକୁ ଶୀର୍ଷ ସୋପାନରେ ପହଞ୍ଚାଇବା ପାଇଁ ସାଲିସ୍ ବିହୀନ ସଂଗ୍ରାମ ଜାରି ରଖିବା ସହ ଶିଳ୍ପର ବିକାଶ ଲାଗି ପାରଦ୍ୱୀପ ବନ୍ଦର ସ୍ଥାପନ, ରାଉରକେଲା ଷ୍ଟିଲ ପ୍ଳାଣ୍ଟ ସ୍ଥାପନ, ମହିଳାଙ୍କୁ ଅଗ୍ରାଧିକାର ଦେବା ଭଳି ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ବୋଲି ବହୁ ଦଳୀୟ ନେତା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରାଙ୍କ ସଂଯୋଜନା ଓ ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମରେ ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ସୁଧାଂଶୁ କୁମାର ପଣ୍ଡା, ଇଂ ସଚ୍ଚିତାନନ୍ଦ ରାଉତ, ଦିଲୀପ କୁମାର ପାଣିୀଗ୍ରାହୀ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବିଜେଡି ନେତ୍ରୀ ଏମ୍.ରଶ୍ମିତା ସେନାପତି ପ୍ରମୁଖ ଯୋଗଦେଇ ଝଡର ଇଗଲ, ଧରଣୀର କୃଷ୍ଣସାର, ପ୍ରବାଦ ପୁରୁଷ, ମୋ ସ୍ୱପ୍ନର ଓଡିଶା ଗଠନର କର୍ଣ୍ଣଧାର, ମହାନ୍ ଜନନାୟକ କଳିଙ୍ଗ ବୀର, ଓଡିଶାର ଯୋଗ୍ୟ ସନ୍ତାନ, ଓଡିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ ସଂଗ୍ରାମମୟ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରିବା ସହ ସେ ଥିଲେ ମୁକୁଟବିହୀନ ସମ୍ରାଟ, ଓଡିଶା ମାଟିର ଭାଗୀରଥ ଓ କୋଟି ଓଡିଆଙ୍କ ହୃଦୟ ଜିଣିଥିବା ସ୍ୱପ୍ନଦ୍ରଷ୍ଟା ମଣିଷ ଥିଲେ ବୋଲି ପ୍ରକାଶ କରିଥିଲେ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକାର ପୂର୍ବତନ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ହରେକୃଷ୍ଣ ମଲିକ, ଦିଲୀପ କୁମାର ପାଣିଗ୍ରାହୀ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ବିଜେଡି ନେତା କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ସନାତନ ବିଶ୍ୱାଳ, ସନ୍ତୋଷ କୁମାର ନାୟକ, ମାନସ ରଂଜନ ଗୌଡ, ଅରୁଣ ଦଳେଇ, ରବିନ୍ଦ୍ର କୁମାର ସାମଲ, ଜିତେନ୍ଦ୍ର କୁମାର ବିଷୋୟୀ, ରଂଜନ କୁମାର ବିଷୋୟୀ, ଏମ୍.ତାରିଣୀ ସେନାପତି, ଜୟସେନ ସ୍ୱାଇଁ, କାମରାଜୁ ଭୋଳ, ଜୟନ୍ତୀ ବିଷୋୟୀ, ତ୍ରିନାଥ ବେହେରା, ଅକ୍ଷୟ କୁମାର ଗୌଡ, ରବିନ୍ଦ୍ର ସାହୁ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ବିମଳ ପ୍ରଧାନ, ଆକାଶ ସ୍ୱାଇଁ, ବାପିନା ଜେନା, ପୂର୍ଣ୍ଣଚନ୍ଦ୍ର ଗୌଡ, ସିମାଞ୍ଚଳ ସ୍ୱାଇଁ, ଭଗବାନ ବିଶ୍ୱାଳ, ମଣ୍ଟୁ ସ୍ୱାଇଁ, ବୁଲୁ ଗୌଡ, ଲିପୁ ଡାକୁଆ, ବି.ମୋହନ ରାଓ ଦୋରା, ସତ୍ୟନାରାୟଣ ସାମନ୍ତରା, ସିମାଞ୍ଚଳ ସ୍ୱାଇଁ, ଶିବରାମ ପାଣିଗ୍ରାହୀ, ପ୍ରଣବ କୁମାର ପାଢୀଙ୍କ ସମେତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇ ପବିତ୍ର ଋଷିକୁଲ୍ୟ ଓ ବଡନଦୀର ସଙ୍ଗମସ୍ଥଳରେ ପୁରୋହିତଙ୍କ ମନ୍ତ୍ରୋଚାରଣ ମଧ୍ୟରେ ତିଳତର୍ପଣ ସାଙ୍ଗକୁ ବିଜୁ ପଟ୍ଟନାୟକ ଛକରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଦଳୀୟନେତା ଓ କର୍ମୀ ଯୋଗଦେଇ ମହାନ୍ ଜନନାୟକ ସ୍ୱର୍ଗତ ବିଜୁ ବାବୁଙ୍କ ବିଚାରଧାରା, ତ୍ୟାଗ, ସେବା, ସଂଗ୍ରାମ, ସ୍ୱାଭିମାନରେ ବ୍ରତୀ ହେବାକୁ ଆଜିର ଦିନରେ ସଂକଳ୍ପ ନେବାକୁ ଆହ୍ୱାନ କରିବା ସହ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବିଜୁବାବୁଙ୍କ ଦେଶପ୍ରେମ ଏବଂ ଓଡିଶା ବିକାଶରେ ଅବଦାନ ସଂପର୍କରେ ଏକ ଆଲୋଚନାଚକ୍ରରେ ଯୋଗଦେଇଥିବା ଥିବା ଲକ୍ଷ୍ୟ କରାଯାଇଥିଲା ।


