ସାଂସଦ ଖେଳ ମହୋତ୍ସବ-୨୦୨୫ ଉଦଘାଟିତ
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାରେ ପର୍ମିଟ୍ ପଡିଆ ସାଂସଦ ଖେଳ ମହୋତ୍ସବ-୨୦୨୫ର ଶୁଭ ଉଦ୍ଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ମଞ୍ଚରେ ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସିନ ଥିଲେ। ବିଭିନ୍ନ ବ୍ଲକ୍ରୁ ଆସିଥିବା ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେଇ, ଏହି ସାଂସଦ ଖେଳ ମହୋତ୍ସବ “ଫିଟ୍ ଇଣ୍ଡିଆ” ଅଭିଯାନକୁ ଘରେ ଘରେ ପହଞ୍ଚାଇବା ସହିତ ବିକଶିତ ଭାରତ @୨୦୪୭ର ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ସମନ୍ୱିତ। ଏହି ମହୋତ୍ସବ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ବଡ଼ ମଞ୍ଚ ପ୍ରଦାନ କରୁଛି ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପ୍ରତିଭାକୁ ପରିପୋଷଣ କରିବା, କ୍ରୀଡ଼ା ସଂସ୍କୃତିକୁ ଆହୁରି ମଜବୁତ୍ କରିବା ଏବଂ ସମସ୍ତଙ୍କ ଭିତରେ କ୍ରୀଡ଼ା ଚେତନାକୁ ଜାଗ୍ରତ କରିବ ବୋଲି ଜିଲ୍ଲପାଳ ଶ୍ରୀ ବିକାଶ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଏହାକୁ ଗୌରବର ଦିବସ ବୋଲି କହି ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ଶୁଭେଚ୍ଛା ଜଣାଇଥିଲେ। ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନ୍ୟବର ସାଂସଦଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ସମସ୍ତ ଅଂଶଗ୍ରହଣକାରୀ କୃତଜ୍ଞତା ଜ୍ଞାପନ କରିଛନ୍ତି।


